IBN ଓଡ଼ିଶା ବ୍ୟୁରୋ

ସକାଳୁ ଉଠି ଖାଆନ୍ତୁ ଏହିସବୁ ଜିନିଷ, ଶରୀରରୁ ଦୂର ହେବ ଅନେକ ରୋଗ

ସୁସ୍ଥ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁସ୍ଥ ଜୀବନଶୈଳୀ ଏବଂ ଖାଦ୍ୟପେୟ। ସକାଳୁ ସକାଳୁ ଆପଣ ଯଦି ସୁସ୍ଥ ଖାଇବା ଖାଆନ୍ତି ,ତେବେ ଶରୀର ସୁସ୍ଥ ରହିବା ସହିତ ଦିନଯାଜ ସତେଜତା ମିଳିଥାଏ। ଏମିତିରେ ଆଜିକାଲିର ଅନିୟମିତ ଜୀବନଶୈଳୀ ଶରୀରକୁ ଅସୁସ୍ଥ କରୁଛି। ଏମିତି କିଛି ଜିନିଷ ଅଛି, ଯାହାକୁ ଆପଣ ସକାଳୁ ଖାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ମୁକ୍ତି ମିଳିବା ସହିତ ସୁସ୍ଥ ରହିଥାଏ। ଆସନ୍ତୁ ଜାଣିବା କ’ଣ ଏହିସବୁ ଜିନିଷ…

ଅଳସୀ : ରାତିରେ ଅଳସୀକୁ ପାଣିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ବ୍ଲଡ କୋଲେଷ୍ଟ୍ରଲ କମ୍‌ ହୋଇଥାଏ। ଏହାସହିତ ହୃଦ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଅଳସୀ ୩ ଫ୍ୟାଟ ଏସିଡ ରହିଥାଏ।

alsi

ମେଥି ଦାନା : ମେଥି ଦାନାକୁ ରାତି ସାରା ଭିଜାଇ ରଖି ସକାଳୁ ଖାଇବା ଦ୍ୱାରା ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ ରହିଥାଏ। ଭିଜା ମେଥି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସସମ୍ୟା ଦୂର ହେବା ସହିତ ଅନ୍ତନଳୀ ପାଇଁ ଫାଇଦା ଦେଇଥାଏ। ଯେଉଁ ମହିଳାଙ୍କୁ ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା ହୋଇଥାଏ, ସେମାନେ ମେଥି ଦାନା ଭିଜାଇ ଖାଇପାରିବେ।

methi

କିସମିସ୍‌‌ : କିସମିସ୍‌ ଶରୀର ପାଇଁ ବେଶ ଫାଇଦାଯୁକ୍ତ। କିସମିସ୍‌ ରାତିରେ ଭିଜାଇ ଖାଇବା ଦ୍ୱାରା ଏନିମିଆ କିଡନୀ ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଆପଣ କ୍ଷୀରରେ କିସମିସ୍‌ ଭିଜାଇ ଖାଇପାରିବେ। କିସମିସ୍‌ରେ ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଆଇରନ ରହିଥାଏ, ଯାହା କ୍ୟାନ୍ସର କୋଷିକାକୁ ବୃଦ୍ଧି ପାଇବାରୁ ରୋକିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button