IBN ଓଡ଼ିଶା ବ୍ୟୁରୋ

ଗାଜାରୁ ୬ ବନ୍ଧକଙ୍କ ମୃତଦେହ ଉଦ୍ଧାର: ମୃତକଙ୍କ ମଧ୍ୟରେ ଜଣେ ଆମେରିକୀୟ

ଗାଜା: ଇସ୍ରାଏଲର ସୁରକ୍ଷା ବାହିନୀ ଗାଜାରୁ ୬ ଜଣ ବନ୍ଧକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରେ ଆମେରିକାର ନାଗରିକ ହର୍ଶ ଗୋଲ୍ଡବର୍ଗ ପୋଲିନ୍ ମଧ୍ୟ ରହିଛନ୍ତି।

ଇସ୍ରାଏଲ ସେନା କହିଛି ଯେ, ଗାଜା ସହରର ରାଫା ସହରର ଏକ ଟନେଲରୁ ବନ୍ଧକମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଆଡେନ ୟେରୁଶାଲମି (୨୪), କର୍ମିଲ ଗାଟ (୩୯), ଆଲମୋଗ ସାରୁସି (୨୬), ଆଲେକ୍ସ ଲୁବନୋଭ (୩୨) ଏବଂ ଓରି ଡାନିନୋ (୨୫) ବୋଲି ଜଣାପଡିଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିଶ୍ଚିତ କରିଛନ୍ତି ଯେ ଆମେରିକାର ନାଗରିକ ହର୍ଶ ଗୋଲ୍ଡବର୍ଗ ପୋଲିନଙ୍କ ମୃତଦେହ ମଧ୍ୟ ଇସ୍ରାଏଲ ସେନା ଦ୍ୱାରା ମିଳିଥିବା ଶବ ମଧ୍ୟରେ ଅଛି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ରାଫାର ଟନେଲରେ ୬ ଜଣ ବନ୍ଧକଙ୍କ ମୃତଦେହ ମିଳିଛି।

ଆମେ ନିଶ୍ଚିତ କରିପାରୁ ଯେ ଶବ ମଧ୍ୟରୁ ଗୋଟିଏ ହେଉଛି ଆମେରିକାର ନାଗରିକ ହର୍ଶ ଗୋଲ୍ଡବର୍ଗ ପୋଲିନ୍। ଗତ ବର୍ଷ ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣରେ ୨୩ ବର୍ଷର ଗୋଲ୍ଡବର୍ଗଙ୍କୁ ବନ୍ଧକ କରାଯାଇଥିଲା। ହମାସ ଆତଙ୍କବାଦୀମାନେ ସମୁଦାୟ ୨୫୧ ଜଣଙ୍କୁ ବନ୍ଧକ ରଖିଥିଲେ, ଯେଉଁଥିରୁ ନିକଟରେ ହୋଇଥିବା ଅସ୍ତ୍ରବିରତି ସମୟରେ ୧୦୦ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା।

ନିକଟରେ ଗୋଲ୍ଡବର୍ଗଙ୍କ ପରିବାର ମଧ୍ୟ ଡେମୋକ୍ରାଟିକ୍ ନ୍ୟାସନାଲ କନକ୍ଲେଭରେ ଯୋଗ ଦେଇଥିଲେ ଏବଂ ତାଙ୍କ ମା’ ମଞ୍ଚରୁ ଜନତାଙ୍କୁ ସମ୍ବୋଧିତ କରିଥିଲେ। ଅକ୍ଟୋବର ୭ରେ ଏକ ସଂଗୀତ ମହୋତ୍ସବରେ ହର୍ଶ ଅପହରଣ କରାଯାଇଥିଲା। ନିକଟରେ, ଏପ୍ରିଲ ୨୪ରେ, ହର୍ଶ ଏବଂ ଅନ୍ୟ ବନ୍ଧୁକଧାରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଆତଙ୍କବାଦୀମାନେ ଏକ ଗାଡିରେ ବନ୍ଧକମାନଙ୍କୁ ହାତ ଗୋଡ଼ରେ ବାନ୍ଧି ନେଉଥିଲେ। ଏହି ବନ୍ଧକମାନଙ୍କ ମଧ୍ୟରେ ହର୍ଶ ଗୋଲ୍ଡବର୍ଗ ମଧ୍ୟ ଥିଲେ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button