IBN ଓଡ଼ିଶା ବ୍ୟୁରୋ

ନଦୀକୁ ସ୍ନାନ ପାଇଁ ଯାଇ ବୁଡ଼ିଗଲେ ସ୍ୱାସ୍ଥ୍ୟ ବିଭାଗର ଉପନିର୍ଦ୍ଦେଶକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ବଙ୍ଗରମାଉ ଅଞ୍ଚଳର କବୀରପୁର ଗାଁର ବାସିନ୍ଦା ରହୁଥିବା ସ୍ୱାସ୍ଥ୍ୟ ବିଭାଗର ଉପନିର୍ଦ୍ଦେଶକ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଇ ବୁଡ଼ି ଯାଇଛନ୍ତି। ସେ ନାରସରେବ କାର୍ଯ୍ୟରତ ଥିବା ବେଳେ ତାଙ୍କ ପୁରା ପରିବାର ଲକ୍ଷ୍ମୌରେ ବସବାସ କରୁଥିଲେ।

ଗତଶନିବାର ବନାରସ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ନିର୍ଦ୍ଦେଶକ ଆଦିତ୍ୟବର୍ଦ୍ଧନ ସିଂହ ଓରଫ ଗୌରବ ତାଙ୍କର ଦୁଇଜଣ ସାଙ୍ଗମାନଙ୍କ ସହ ମିଶି ଲକ୍ଷ୍ନୌର ନାନାମାଉ ଅଞ୍ଚଳରେ ଥିବା ଗଙ୍ଗା ନଦୀକୁ ଗାଧୋଇବାକୁ ଯାଇଥିଲେ।

ନଦୀରେ ଗୌରବ ସାଙ୍ଗମାନଙ୍କ ସହିତ ମଜାମସ୍ତି କରୁଥିବା ବେଳେ ହଠାତ୍ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ସେ ନିଜ ଉପରେ ଭାରସାମ୍ୟ ରକ୍ଷା କରି ନପାରି ଗଭୀର ପାଣି ଭିତରକୁ ଚାଲିଯାଇଥିଲେ।
ଏହି ଘଟଣାରେ ଗୌରବଙ୍କ ଦୁଇଜଣ ସାଙ୍ଗ କ’ଣ କରିବେ କିଛି ବୁଛି ପାରି ନଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ବୁଡାଲି ସୁନୀଲ କଶ୍ୟପଙ୍କୁ ସ୍ୱାସ୍ଥ୍ୟ ଉପ-ନିର୍ଦ୍ଦେଶକଙ୍କୁ ବଞ୍ଚାଇବା ପାଇଁ ଅନୁରୋଧ କରିଥିଲେ।

ବୁଡ଼ାଲି ଜଣକ ଅଧିକାରୀଙ୍କୁ ପାଣି ଭିତରୁ ଉଦ୍ଧାର ପାଇଁ ୧୦,୦୦୦ ଟଙ୍କା ମାଗିଥିଲେ। ଟଙ୍କା ଦେଲେ ଯାଇ ପାଣି ଭିତରକୁ ଯିବେ ବୋଲି ସେ କହିଥିଲେ। ଗୌରବଙ୍କ ସାଙ୍ଗମାନେ ବାଧ୍ୟ ହୋଇ ସୁନୀଲ କଶ୍ୟପଙ୍କ ଆକଉଣ୍ଟକୁ ୧୦ହଜାର ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ସୁନୀଲ ଗୌରବଙ୍କୁ ଖୋଜିବା ପାଇଁ ବାହାରିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କାରଣ ଗଙ୍ଗାର ଗଭୀର ପାଣି ଭିତରେ ସୁନୀଲ କେଉଁଆଡେ ଯେ ନିଖୋଜ ହୋଇ ଯାଇଛନ୍ତି ଖବର ଲେଖା ହେଲା ପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖୋଳି ଯାଇଛି। ପୁଲିସ ସ୍ଥାନୀୟ ବୁଡାଲି ସୁନୀଲ କଶ୍ୟପଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button