ମନୋରଞ୍ଜନ

ଆଜି ସନ୍ଧ୍ୟାରେ ନିଜ ପିଲାଙ୍କୁ ଦିଅନ୍ତୁ ସରପ୍ରାଇଜ, ଘରେ ଅତି ସହଜରେ ବନାନ୍ତୁ ଟେଷ୍ଟି ଚିଜି ପଟାଟୋ ପ୍ୟାନକେକ

ବର୍ତ୍ତମାନର ସମୟ ପିଲାମାନଙ୍କ ପାଇଁ ବହୁତ ମୁସ୍କିଲ ଭରା ସମୟ ହୋଇପଡିଛି । କାରଣ ସେମାନେ ବାହାରକୁ ଯାଇ ନିଜ ସାଙ୍ଗମାନଙ୍କ ସହ ଖେଳିବା ପଢିବା ବନ୍ଦକରି ୨୪ ଘଣ୍ଟା ଘରେ ରହୁଛନ୍ତି । ଏପରିସ୍ଥଳେ ବେଳେବେଳେ ପିଲାମାନେ ଚିଡଚିଡା ହୋଇଯାଉଥିବ ଆପଣ ଲକ୍ଷ କରିଥିବେ । ସେଥିପାଇଁ ପିଲାମାନଙ୍କ ମନ ଖୁସି କରିବା ପାଇଁ ଯଦି ଆପଣ ତାଙ୍କ ମନ ପସନ୍ଦର ଖାଦ୍ୟ ବଣାଇ ଖାଇବାକୁ ଦିଅନ୍ତି ତାହେଲେ ହୁଏତ ସେମାନେ ଘରେ ରହିବି ଟିକିଏ ଖୁସି ଅନୁଭବ କରିପାରନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ରେସିପି ଯାହାକୁ ଖାଇବା ପରେ ଆପଣଙ୍କ ପିଳା ଖୁସିରେ ଡ଼େଇଁବେ । ତାହେଲେ ଆସନ୍ତୁ ଜାଣିବା କିପରି ଘରେ ତିଆରି କରିବେ ଅତି ସହଜରେ ପଟାଟୋ ପ୍ୟାନକେକ ।

ଆବଶ୍ୟକୀୟ ସାମଗ୍ରୀ

  • ୪ଟି ଆଳୁ
  • ଅଧାକପ ଚିଜ
  • ୩ଟି ପିଆଜ
  • ଅଳ୍ପ ଟିକେ ରସୁଣ
  • ଅଧାକପ ମଇଦା
  • ୨ଟି ଅଣ୍ଡା
  • ଗୋଲମରିଚଗୁଣ୍ଡ
  • ତେଲ
  • ଆବଶ୍ୟକ ଅନୁସାରେ ଲୁଣ

cheesy potato pancakes recipe, recipe, recipe in hindi, special recipe, cheese potato pancakes recipe, recipe, recipe in hindi, special recipe

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଳୁକୁ ଚୋପା ଛଡାଇ ତାକୁ ଗ୍ରେଟ କରିଦିଅନ୍ତୁ ଏବଂ ତାକୁ ଏକ ସଫା କପଡ଼ାରେ ରଖିଦିଅନ୍ତୁ ଯେପରି ସେଥିରେ ଥିବା ପାଣି ବାହାରି ଆସିବ । ବର୍ତ୍ତମାନ ଗୋଟିଏ ପତ୍ର ଆଣି ସେଥିରେ ଆଳୁ, କଞ୍ଚାଲଙ୍କା, ରସୁଣ କଟା, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ, ଚିଜ ଏବଂ ଅଣ୍ଡାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଏହି ମିଶ୍ରଣକୁ ଚକୁଳି ପରି ପକାଇ ଗୋଲ କରିଦିଅନ୍ତୁ । ଧିମା ଆଞ୍ଚରେ ଏହାର ଦୁଇପାଟକୁ ଭଲଭାବେ ସେକି ଦିଅନ୍ତୁ । ଏହା ଭଲଭାବେ ହୋଇଗଲା ପରେ ତାକୁ କାଢି ଚିଲି ଗାର୍ଲିକ ସସ ସହିତ ନିଜ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button