ସମସ୍ୟା ଶୁଣିବା ପରେ ପର୍ସରୁ ଏତିକି ଟଙ୍କା କାଢ଼ି ରାସ୍ତାରେ ଟିସୁ ବିକ୍ରି କରୁଥିବା ମହିଳାଙ୍କୁ ଦେଲେ ସୁହାନା – Ibnodisha

[ad_1]

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ସୋସିଆଲ ମିଡିଆରେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ତାଙ୍କର କୌଣସି ଫଟୋକୁ ନେଇ ତ କେତେବେଳେ ସାଧାରଣ ଲୋକଙ୍କ ସହ ତାଙ୍କର ବ୍ୟବହାରକୁ ନେଇ ସୁହାନା ଲାଇମଲାଇଟକୁ ଆସିଥାନ୍ତି। ଏବେ ନିଜର ଏକ କାମ ପାଇଁ ପୁଣି ଲୋକଙ୍କ ମନ କିଣିଛନ୍ତି ସୁହାନା। ଏକ ରେସ୍ତୋରାଁ ବାହାରେ ଜଣେ ମହିଳାଙ୍କୁ କିଛି ଟଙ୍କା ଦେଇ ସୁହାନା ଚର୍ଚ୍ଚାକୁ ଆସିଛନ୍ତି।
ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ସେ ମା’ ଗୌରୀ ଖାନ୍ ଓ ନିଜ ବନ୍ଧୁମାନଙ୍କ ସହ ବାନ୍ଦ୍ରାସ୍ଥିତ ଏକ ରେସ୍ତୋରାଁକୁ ରାତ୍ରୀ ଭୋଜନ କରିବା ପାଇଁ ପହଞ୍ଚିଥିଲେ। ଯେତେବେଳେ ସେ ରେସ୍ତୋରାଁରୁ ବାହାରକୁ ଆସିଲେ, ସେତେବେଳେ ରାସ୍ତାରେ ଟିସୁ ବିକ୍ରି କରୁଥିବା ଜଣେ ମହିଳା ତାଙ୍କ ନିକଟକୁ ଆସି ତାଙ୍କୁ ସାହାଯ୍ୟ ମାଗିଥିଲେ। ମୋର ଏକ ଛୋଟ ପିଲା ଅଛି ଯିଏ ଭୋକିଲା ଅଛି ବୋଲି କହି କିଛି ସାହାଯ୍ୟ କରିବାକୁ ସୁହାନାଙ୍କୁ କହିଥିଲେ ମହିଳା। ଏହା ପରେ ସୁହାନା ତୁରନ୍ତ ତାଙ୍କ ପର୍ସ ବାହାର କରି ତାଙ୍କୁ ଦୁଇଟି ୫୦୦ ଟଙ୍କିଆ ନୋଟ୍ ଦେଇଥିଲେ, ଯାହାକୁ ଦେଖି ମହିଳା ବହୁତ ଖୁସି ହୋଇ ଯାଇଥିଲେ।
View this post on Instagram
ଭିଡିଓ ଭାଇରାଲ ହେବା ପରେ ସୁହାନାଙ୍କ ଏଭଳି କାମକୁ ଏବେ ପ୍ରଶଂସା କରାଯାଉଛି। ସୁହାନା ଅଭିନୟରେ ଡେବ୍ୟୁ ନକରିବା ପୂର୍ବରୁ ହିଁ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ଏଭଳି ସ୍ଥିତିରେ ସୁହାନାଙ୍କ ଏହି କାମ ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି।
[ad_2]