ଦେଶ

“ମାଇଁ ଲର୍ଡ ! ଆମଦେଶକୁ ବଞ୍ଚାନ୍ତୁ ” ସୁପ୍ରିମକୋର୍ଟଙ୍କୁ କହିଲେ ମମତା ବାନାର୍ଜୀ – Ibnodisha

[ad_1]

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନମାନଙ୍କ ଚୟନ ପାଇଁ କେନ୍ଦ୍ର ସରକାର ଗୁରୁବାର ରାଜ୍ୟସଭାରେ ଏକ ବିଲ୍ ଆଗତ କରିଛନ୍ତି। ଏହି ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳମାନେ ଟାର୍ଗେଟ୍ କରିଛନ୍ତି ।

ଏ ସଂପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, , ବିଜେପି ଅରାଜକତା ଆଗରେ ମୁଣ୍ଡ ନୁଆଁଇଛି। ଚଳିତ ସପ୍ତାହରେ ସିଇସି ନିଯୁକ୍ତି ପାଇଁ ଗଠିତ ତିନି ଜଣିଆ ପ୍ୟାନେଲରେ ପ୍ରଧାନ ବିଚାରପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସିଜେଆଇଙ୍କ ସ୍ଥାନରେ ନିର୍ବାଚନ କମିଶନର ଚୟନରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ନିଯୁକ୍ତି ଦେବାକୁ ଆମେ ଦୃଢ଼ ବିରୋଧ କରୁଛୁ।

ସେ ଦାବି କରିଛନ୍ତି ଯେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ପ୍ୟାନେଲରୁ ବାଦ୍ ଦେବା ର ଯୋଜନା ବିଜେପିର ଅସନ୍ତୋଷକୁ ପ୍ରତିଫଳିତ କରୁଛି, ଯାହା ସୂଚାଉଛି ଯେ ଚୟନ କମିଟିରେ ମୁଖ୍ୟ ବିଚାରପତି ରହିବା ଦ୍ବାରା ସେମାନଙ୍କ ଭୋଟ୍ ହେରଫେର କ୍ଷତିଗ୍ରସ୍ତ ହୋଇପାରେ। ନ୍ୟାୟପାଳିକା ପ୍ରତି ଏଭଳି ଅବହେଳା କୁ ନେଇ ଭାରତବାସୀ ପ୍ରଶ୍ନ ଉଠାଇବା ଦରକାର। ଆମେ ଭାରତ ପାଇଁ ନ୍ୟାୟପାଳିକାକୁ ନିବେଦନ କରୁଛୁ, ‘ମାଇଁ ଲର୍ଡ ! ଆମ ଦେଶକୁ ରକ୍ଷା କର !‘

ସୂଚନାଯୋଗ୍ୟ ଯେ, ଏହି ବିଲ୍କୁ କଂଗ୍ରେସ, ଆପ୍ ସମେତ ଅନ୍ୟ ବିରୋଧୀ ଦଳମାନେ ତୀବ୍ର ବିରୋଧ କରୁଛନ୍ତି । ଲୋକସଭାରେ ବିଲ୍ ଆଗତ କରାଯିବା ସମୟରେ ବି ବିରୋଧୀ ଦଳମାନେ ହଙ୍ଗାମା କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button