ମନୋରଞ୍ଜନ

ଆଉ ନାହାନ୍ତି ହଲିଉଡ୍ ଅଭିନେତା ଏଲେନ, ୮୮ ବର୍ଷରେ ଦୁନିଆକୁ କହିଲେ ଅଲବିଦା

 ହଲିଉଡ୍ ଅଭିନେତା ଏଲେନ୍ ଡେଲନ୍ ଦେହାନ୍ତ ହୋଇଛି । ୮୮ ବର୍ଷ ବୟସରେ ରବିବାର ଦିନ ଦୁନିଆକୁ ଅଲବିଦା କହିଛନ୍ତି। ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ସାରା ବିଶ୍ଵରେ ପ୍ରଶଂସିତ ହୋଇଛନ୍ତି। ଏଲେନଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।

ଏଲେନ୍ ଡେଲନ୍ଙ୍କ ପରିବାର ଦ୍ଵାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ସେ ତାଙ୍କ ଘରେ ହିଁ ମୃତ୍ୟୁ ବରଣ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ତିନି ପିଲା ଏବଂ ପ୍ରିୟଜନ ସେଠାରେ ଉପସ୍ଥିତ ଥିଲେ। ଏହା ସହିତ ପରିବାର ଏହି ଦୁଃଖଦ ସମୟରେ ଲୋକ ଏବଂ ଗଣମାଧ୍ୟମରୁ ଗୋପନୀୟତା ମାଗିଛନ୍ତି।କହିବାକୁ ଗଲେ ୨୦୧୯ରେ ଷ୍ଟ୍ରୋକରେ ପୀଡିତ ହେବା ପରେ ଡେଲନ୍ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା।

୧୯୬୦ରେ ରେନେ କ୍ଲେମେଟ୍ଙ୍କ ନିର୍ଦ୍ଦେଶିତ ‘ପ୍ଲେନ୍ ସୋଲେଇଲ’ ଚଳଚ୍ଚିତ୍ରରେ ସେ ଡେବ୍ୟୁ କରିଥିଲେ। ୧୯୬୩ରେ ରିଲିଜ୍ ହୋଇଥିବା ‘ଲେ ଗୁଏପର୍ଡ’ ଫିଲ୍ମରେ ଡେଲନ ଚରିତ୍ର ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା। ଏଲନ ଫିଲ୍ମ ନିର୍ମାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୧୯୬୮ରେ ସେ ଫିଲ୍ମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୦ ମସିହା ସୁଦ୍ଧା ସେ ୨୬ଟି ଫିଲ୍ମ ନିର୍ମାଣ କରିସାରିଥିଲେ। ୨୦୧୯ର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏଲନଙ୍କୁ ପାମ୍ ଡି’ଅନର ସମ୍ମାନ ପ୍ରଦାନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button