ଇନ୍ଦୋରରେ ଅଭାବନୀୟ ଘଟଣା; ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିବା ଯୁବକଙ୍କୁ ହାର୍ଟ-ଆଟାକ୍
ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିବା ରୋଗୀଙ୍କର ହାର୍ଟ ଆଟାକରେ ମୃତ୍ୟୁ । ଡାକ୍ତର ଚେକିଂ କରୁଥିବା ବେଳେ ହାର୍ଟ-ଆଟାକ ହୋଇଛି । ଏହାର ଭିଡିଓ ମେଡିକାଲ ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।
ପରଦେଶୀପୁରୀ ଥାନା ପ୍ରଭାରୀ ପଙ୍କଜ ଦ୍ବିବେଦୀ କହିଛନ୍ତି, ରବିବାର ରାତିରେ ଏହି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଜଣେ ଯୁବକ ଛାତିରେ ଯନ୍ତ୍ରଣା ଅନୁଭବ କରି ହସ୍ପିଟାଲକୁ ଆସିଥିଲେ । ମାତ୍ର ଚିକିତ୍ସା ପୂର୍ବରୁ ମୃତ୍ୟୁ ହୋଇଛି । ଯୁବକଙ୍କ ହାର୍ଟ-ଆଟାକ୍ ଆସିବାରୁ ତାଙ୍କୁ ପରିବାରବର୍ଗ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ୩୧ ବର୍ଷୀୟ ଯୁବକଙ୍କ ନାଁ ସୋନୁ ମତକର ।
ସୋନୁ ଇନ୍ଦୋରର ବାସିନ୍ଦା ଏବଂ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରିଥାଏ । ରବିବାର ରାତିରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ନିଜେ ଅଟୋ ଚଳାଇ ଦୟାନନ୍ଦ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ଘଟଣାର ଛାନଭିନ୍ କରୁଛି ।..