ଦେଶ

ନାବାଳିକାଙ୍କୁ ଅପହରଣ ପରେ ୨୦ ଦିନ ଧରି ଗଣଦୁଷ୍କର୍ମ – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଜ୍ଜା । ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ଦିନେ କି ଦୁଇ ଦିନ ନୁହେଁ ୨୦ ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଦୁଇ ଅଭିଯୁକ୍ତ । କୌଣସି ମତେ ସେଠାରୁ ଖସି ଆସି ଥାନାରେ ୭ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପୀଡ଼ିତା ଜଣଙ୍କ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । ସମ୍ବଲପୁର ଜିଲ୍ଲାର କୋଟ୍‌ୱାଲି ଅଞ୍ଚଳରେ ଏପରି ଘଟଣା ଘଟିଛି । ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ସେପ୍େଟମ୍ବର ୨୭ ତାରିଖ ଦିନ ନାବାଳିକା ଜଣଙ୍କ ପଡ଼ୋଶୀରେ ରହୁଥିବା ଜଣେ ବନ୍ଧୁଙ୍କ ଘରକୁ ଯାଉଥିଲେ ।

ଏହି ସମୟରେ ଦୁଇ ଯୁବକ ବାଇକ୍ରେ ଆସି ତାଙ୍କୁ ପାଖକୁ ଡାକିଥିଲେ । ଦୁଇ ଜଣ ନିଶା ସେବନ କରିଥିବା ବେଳେ ଜୋରଜବରଦସ୍ତ ତାଙ୍କୁ ବାଇକରେ ବସାଇ ବାହଜୋଇ ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଦୁଇ ଅଭିଯୁକ୍ତ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତାଙ୍କୁ ମୁରାଦାବଦକୁ ନେଇଯାଇ ସେଠାରେ ୨୦ ଦିନ ରଖିବା ସହ ଗଣଦୁଷ୍କର୍ମ କରିଥିଲେ । ଏଥିରେ ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ସାମିଲ ଥିଲେ । ପୀଡ଼ିତା ଜଣଙ୍କ ବାରଣ କରିବାରୁ ତାଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ତାଙ୍କର ଭିଡିଓ ମଧ୍ୟ କରିଥିଲେ । ଏହି ଘଟଣାରେ ୩ ଜଣ ମହିଳା ମଧ୍ୟ ସାମିଲ ଥିବା ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି ।

ତେବେ କୌଣସି ପ୍ରକାରରେ ପୀଡ଼ିତା ଜଣଙ୍କ ଅଭିଯୁକ୍ତ କବଳରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପାଡିତାଙ୍କଠାରୁ ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ଏକ ମାମଲା ରୁଜୁ କରିଛି । ୭ ଜଣ ଅଭିଯୁକ୍ତ ହେଉଛନ୍ତି ଅର୍ଶଦ, ଅସୀମ, ଆଶିକ୍‌, ଫୈଜ ଆଲାମ, ସୋନି, ସାଇରା ଏବଂ ଜାଇବା । ଏନେଇ ପୋଲିସ କହିଛି ଯେ, ସଦର କୋଟୱାଲି ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି । ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ଘଟଣାର ଅନୁସନ୍ଧାନ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କ ଖୁବଶୀଘ୍ର ଗିରଫ କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button