ଜୀବନ ହାରିଲେ ପ୍ରେମୀଯୁଗଳ – Ibnodisha

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମେରଠରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମେରଠ ଜିଲ୍ଲାର ବହସୁମା ଅଞ୍ଚଳରେ ଏକ ପ୍ରେମୀଯୁଗଳ ଦଉଡ଼ି ଦେଇ ଜୀବନ ହାରି ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି। ମୃତପ୍ରେମୀଯୁଗଳଙ୍କ ନାମ ରାକ୍ଷୀ ଓ ମନୀଷ ବୋଲି ଜଣାପଡ଼ିଛି। ରାକ୍ଷୀ ବୃଦ୍ଧନଗରରେ ରହୁଥିବା ବେଳେ ମନୀଷ ହରିଦ୍ବାରରେ ବସବାସ କରୁଥିଲେ। ରାକ୍ଷୀ ଓ ମନୀଷଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ପରିବାରଲୋକ କିନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ଗ୍ରହଣ କରି ନଥିଲେ। ଦୁହେଁ ନିଜନିଜ ପରିବାରଲୋକଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥିଲେ ହେଁ ରାକ୍ଷୀ ଓ ମନୀଷଙ୍କ ପରିବାର ନିଜନିଜ ଜିଦରେ ଅଟଳ ରହିଥିଲେ। ତେଣୁ କିଛି ଉପାୟ ନପାଇ ମନୀଷ ଓ ରାକ୍ଷୀ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ମନୀଷ ରାକ୍ଷୀଙ୍କ ମଥାରେ ସିନ୍ଦୁର ଦେଇଥିଲେ। ଦୁହେଁ ଖୁବ ଖୁସିରେ ପରସ୍ପରକୁ ମିଠା ଖୁଆଇଥିଲେ। ଏହାପରେ ସାଥୀ ହୋଇ କିଛି ସମୟ ବୁଲାବୁଲି କରିବା ପରେ ଏକ ନିଛାଟିଆ ସ୍ଥାନ ଦେଖି ଉକ୍ତ ପ୍ରେମୀଯୁଗଳ ଦଉଡ଼ି ଦେଇ ସବୁଦିନ ପାଇଁ ଆଖୁବୁଜି ଦେଇଥିଲେ।
[ad_2]




