ରାଜ୍ୟ
ଗୁଡ଼ି ଉଡ଼ାଇବା ପାଇଁ ଜାରି ହେଲା ଗାଇଡଲାଇନ୍ – Ibnodisha
[ad_1]
ବାଲେଶ୍ୱର: ଗୁଡ଼ି ଉଡ଼ାଇବା ପାଇଁ ଜାରି ହେଲା ଗାଇଡଲାଇନ୍ । ବାଲେଶ୍ୱର ସହରରେ ଗୁଡ଼ି ଉଡ଼ାଇବା ଉପରେ ଲାଗିଛି କଟକଣା । ଦୁଇ ଦିନରେ ଗୁଡ଼ି ଉଡ଼ାଇବା ସମୟରେ ଦୁଇଟି ବଡ଼ ଅଘଟଣ ଘଟିବା ପରେ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି । ଗତ ଦୁଇଦିନ ଭିତରେ ଗୁଡ଼ି ସୂତାରେ ୨ଜଣ ଆହତ ହେବା ପରେ ଏହି କଟକଣା ଲାଗୁ କରାଯାଇଛି ।
ଏଣିକି ରାସ୍ତାରେ ଗୁଡ଼ି ଉଡ଼ାଇବା ଉପରେ କଟକଣା ଜାରି ହୋଇଛି । କେବଳ ଖୋଲା ପଡ଼ିଆରେ ହିଁ ଗୁଡ଼ି ଉଡ଼ାଇବାକୁ ଅନୁମତି ମିଳିପାରିବ । ତେବେ ଯଦିକୌଣସି ବ୍ୟକ୍ତିଙ୍କୁ ରାସ୍ତା ଉପରେ ଗୁଡ଼ି ଉଡ଼ାଇବାର ଦେଖାଯାଏ, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ବାଲେଶ୍ୱରର ପୌର ପ୍ରଶାସନକୁ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି । ଆଜିଠାରୁ ରାସ୍ତା ଉପରେ କୌଣସି ବ୍ୟକ୍ତି ଗୁଡ଼ି ଉଡ଼ାଇପାରିବେ ନାହିଁ ।
[ad_2]