ବକ୍ସ ଅଫିସରେ ‘ଗଦ୍ଦର-୨’ ର କ୍ରେଜ୍ – Ibnodisha

[ad_1]
ନୂଆଦିଲ୍ଲୀ: ଚଳିତ ମାସ ଅଗଷ୍ଟ ୧୧ରେ ରିଲିଜ୍ ହୋଇଛି ସନ୍ନି ଦେଓଲ ଓ ଅମୀଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦ୍ଦର-୨’ । ଏହି ଫିଲ୍ମଟିକୁ ଦର୍ଶକଙ୍କ ଢେର ସାରା ଭଲ ପାଇବା ମିଳୁଛି । ଖିଲାଡି କୁମାର ଓ ପଙ୍କଜ ତ୍ରିପାଠିଙ୍କ ଅଭିନୀତ ଫିଲ୍ମ ‘ଓ ମାଇଁ ଗଡ଼ -୨’ କୁ ପଛରେ ପକାଇଛି ‘ଗଦ୍ଦର-୨’। ଉଭୟ ଫିଲ୍ମ ସିକ୍ୱେଲ କିନ୍ତୁ କିନ୍ତୁ ଫିଲ୍ମର କାହାଣୀ ସମ୍ପୁର୍ଣ୍ଣ ଭିନ୍ନ । ତେବେ, ଫିଲ୍ମର କଲେକସନ୍ ବିଷୟରେ କହିବାକୁ ଗଲେ, ସନ୍ନି ଦେଓଲ ଙ୍କ ‘ଗଦ୍ଦର-୨’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ପ୍ରଥମ ଦିନରୁ ଫିଲ୍ମ ବହୁତ ଭଲ କଲେକ୍ସନ୍ କରୁଛି। ତେବେ, ଆସନ୍ତୁ ଜାଣିବା ଏହି ଫିଲ୍ମ ରିଲିଜ୍ ହେବାର ଷଷ୍ଠ ଦିନରେ କେତେ କଲେକସନ୍ କରିଛି ।
‘ଗଦ୍ଦର-୨’ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ। ଏଥିରେ ସନ୍ନି ଦେଓଲ, ଅମିଶା ପଟେଲ, ଉତ୍କଳ ଶର୍ମା ଏବଂ ମନୀଷ ୱାଡୱା ଏବଂ ଅନ୍ୟାନ୍ୟ କଳାକାରମାନେ ଏକ ଚମତ୍କାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ‘ଗଦ୍ଦର-୨’ ‘ଗଦ୍ଦର ପାର୍ଟ ଓ୍ବାନ୍ ପରି ରେକର୍ଡ କରିଛି। ଫିଲ୍ମଟି ରିଲିଜ୍ ହେବା ଦିନ ଠାରୁ ଭଲ ରୋଜଗାର କରି ଆସୁଛି।
‘ଗଦ୍ଦର-୨’ ରିଲିଜ୍ ହେବା ଦିନ ଅର୍ଥାତ୍ ଅଗଷ୍ଟ ୧୧ରେ ୪୦.୧୦ କୋଟି ରୋଜଗାର କରିଛି । ସେହିପରି ଶନିବାର ଦିନ ୪୩.୮୩ କୋଟି ରୋଜଗାର କରିଥିବା ବେଳେ ରବିବାର ଦିନ ଛୁଟି ଦିନ ଥିବାରୁ ୫୧.୭୦ କୋଟି ରୋଜଗାର କରିଛି । ସେହିପରି ସୋମବାର ଦିନ ଫିଲ୍ମଟି ୩୮.୭୦ ଓ ମଙ୍ଗଳବାର ଦିନ ଅର୍ଥାତ୍ ଅଗଷ୍ଟ ୧୫ ରେ ଫିଲ୍ମଟି ୫୫.୫୦ କୋଟି କଲେକସନ୍ କରିଛି । ବୁଧବାର ଦିନ ଅର୍ଥାତ୍ ରିଲିଜ୍ ହେବାର ଷଷ୍ଠ ଦିନରେ ‘ଗଦ୍ଦର-୨’ ୩୩.୫୦ କୋଟି ରୋଜଗାର୍ କରିଛି। ମୋଟ୍ ୬ ଦିନରେ ‘ଗଦ୍ଦର-୨’ ୨୬୨.୪୮ କୋଟି ରୋଜଗାର୍ କରିଛି। ତେବେ ଦର୍ଶକଙ୍କ ଫିଲ୍ମ ପ୍ରତି ଥିବା ରେସପନ୍ସକୁ ଦେଖିଲେ ସନ୍ନି ଓ ଅମିଷାଙ୍କ କଠିନ ପରିଶ୍ରମ କାମ ଦେଇଛି ବୋଲି କୁହାଯାଇପାରିବ ।
ତେବେ ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମାଙ୍କୁ ଦେଖିବାକୁ ମିଳିଛି । ଏବଂ ଏହି ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଅନୀଲ ଶର୍ମା । ଏହି ଫିଲ୍ମଟି ୮୦ କୋଟି ବଜେଟରେ ନିର୍ମାଣ ହୋଇଛି । ଏହି ଫିଲ୍ମ ଗୁରୁବାର ଦିନ ଅର୍ଥାତ୍ ଆଜି ୨୫ କୋଟି ବ୍ୟବସାୟ କରିବ ବୋଲି ବୋଲି ଆଶା କରାଯାଉଛି। ଏହା ସହିତ, ଏହା ପ୍ରଥମ ସପ୍ତାହରେ ୨୯୦ କୋଟି ବ୍ୟବସାୟ କରିପାରିବ । ତେବେ ଏହି ଫିଲ୍ମର ଆୟ କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ୍’ କୁ ପଛରେ ପକାଇବ ବୋଲି ଆଶା କରାଯାଉଛି।
[ad_2]