ରାଜ୍ୟ

ଝୁଲନ୍ତା ଅବସ୍ଥାରେ ନବମ ‌ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ସନ୍ଦେହ ଘେରରେ ମୋଟୁ ହାଇସ୍କୁଲ – Ibnodisha

[ad_1]

କାଲିମେଳା : ସ୍ଵାଧୀନତା ସଂଗ୍ରାମୀ ତଥା ଆଦିବାସୀ ଜନନାୟକ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆଜି ଦେଶରେ ‘ଜନଜାତୀୟ ଗୌରବ ଦିବସ’ ପାଳନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜନଜାତି ସଂପ୍ରଦାୟର ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତଦେହ ଛାତ୍ରୀନିବାସରୁ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଉଛି ଜଣେ ଅନୁସୂଚିତ ଜନଜାତି ସଂପ୍ରଦାୟରେ ନାବାଳିକା। କାଲିମେଳା ବ୍ଳକ ଅନ୍ତର୍ଗତ ମୋଟୁସ୍ଥିତ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ନିଜ ହଷ୍ଟେଲ ଭିତରେ ଝୁଲିପଡ଼ିଥିବା ନେଇ ସୂଚନା ମିଳିଛି। ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରୀଙ୍କର ନାମ ପୂଜା କଂଜ। ତାଙ୍କ ଘର ଗିନିପାଲୀ ଗ୍ରାମରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଦୁଲା କଂଜଙ୍କ ବୋଲି ଜଣାପଡ଼ିଛି।ତେବେ ଛାତ୍ରୀ ଜଣକ କାହିଁକି ଝୁଲିପଡ଼ିଲା ଜୀବନ ହାରିଲା ତାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ସେ ଗରିବ ଓ ଅନୂସୂଚିତ ଜନଜାତି ସଂପ୍ରଦାୟର ହୋଇଥିବାବେଳେ ସ୍କୁଲ ହଷ୍ଟେଲରେ ରହି ପାଠ ପଢ଼ୁଥିଲା। ଖବର ପାଇ ମୋଟୁ ପୁଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ଏବେ ସଂଦେହ ଘେରରେ ରହିଛନ୍ତି। ଉଲେଖଯୋଗ୍ୟ ଯେ ମାଲକାନଗିରିର ଛତିଶଗଡ଼ ଓ ଆନ୍ଧ୍ର ସୀମାନ୍ତରେ ରହିଛି ଏହି ସ୍କୁଲଟି। ଏଠାରେ ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ଅଂଚଳରୁ ଆସି ପାଠ ପଢ଼ୁଥିବାବେଳେ ଜଣେ ଛାତ୍ରୀ ହଷ୍ଟେଲ ପରିସର ମଧ୍ୟରେ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେଲେ ତାହାର ଉଚିତ ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକଲୋଚକୁ ଆସିପାରନ୍ତା ବୋଲି ଚର୍ଚ୍ଚା ହେଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button