ଦେଶରେ ୨୪ ଘଣ୍ଟାରେ ୭ଠ୨ ସଂକ୍ରମିତ ଚିହ୍ନଟ – Ibnodisha

[ad_1]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ୍ ୭ଠ୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ୍ ୩୪୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।
ତେବେ ଗୁରୁବାର ସୁଦ୍ଧା ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୧୭ଠରେ ପହଞ୍ôଚଛି । ସେହିପରି କେରଳ ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ଯେ, ରାଜ୍ୟରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ମହାରାଷ୍ଟ୍ରରେ କରୋନାର ୧୬୮ ସକ୍ରିୟ ମାମଲା ରହିଛି । ତାମିଲନାଡୁରେ ଏହି ସଂଖ୍ୟା ୧୩୯ ରହିଛି । କର୍ଣ୍ଣାଟକରେ ୪୩୬ଟି ସକ୍ରିୟ ମାମଲା ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ୍-୧୯, ଜେଏନ୍.୧ର ନୂଆ ଭାରିଆଣ୍ଟର ମୋଟ୍ ୧୧୬ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
[ad_2]