ଦେଶ

ବିଶ୍ବକପ୍‌ ରେକର୍ଡ: ୩୨ତମ ୱିକେଟ୍‌ ନେଇ ଅନୀଲ କୁମ୍ବଲେଙ୍କୁ ଅତିକ୍ରମ କଲେ ମହମ୍ମଦ ସାମି – Ibnodisha

[ad_1]

ଧର୍ମଶାଳା: ଚଳିତ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ୍‌ର ତ୍ରୟୋଦଶ ସଂସ୍କରଣରେ ରବିବାର ଏଠାକାର ଏଚ୍‌ପିସିଏ ଷ୍ଟାଡିୟମ୍‌ଠାରେ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ୍‌ ସହ ହୋଇଥିଲା। ଏଥିରେ ଆୟୋଜକ ଦଳର ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଥିବା ବେଳେ ସାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ସାମିଲ୍‌ କରାଯାଇଥିଲା। ସେ ଚଳିତ ସଂସ୍କରଣରେ ତାଙ୍କର ପ୍ରଥମ ବଲ୍‌ରେ ୱିକେଟ୍‌ ନେଇ ଭାରତ ପାଇଁ ଦ୍ବିତୀୟ ସଫଳତା ଅର୍ଜନ କରିଥିଲେ।

ସେ ନ୍ୟୁଜିଲାଣ୍ଡ୍‌ ଓପନର ୱିଲ୍‌ ୟଙ୍ଗ୍‌ଙ୍କୁ ଆଉଟ୍‌ କରିବା ସହ ବିଶ୍ବକପ୍‌ରେ ୩୨ତମ ୱିକେଟ୍‌ ନେଇ ଭାରତର କିମ୍ବଦନ୍ତୀ ସ୍ପିନର୍‌ ଅନୀଲ କୁମ୍ବଲେଙ୍କୁ ଅତିକ୍ରମ କରିଛନ୍ତି। ବିଶ୍ବକପ୍‌ରେ କୁମ୍ବଲେଙ୍କ ନାମରେ ୩୧ଟି ୱିକେଟ୍‌ ରହିଛି। ଏଥିସହ ସେ ବିଶ୍ବକପ୍‌ରେ ଭାରତୀୟ ବୋଲରଙ୍କ ମଧ୍ୟରେ ତୃତୀୟ ସର୍ବାଧିକ ୱିକେଟ୍‌ ହାସଲ କରିଛନ୍ତି।

ଏହି ସୂଚୀରେ ୪୪ଟି ଲେଖାଏଁ ୱିକେଟ୍‌ ପାଇ ଜଭାଗଲ୍‌ ଶ୍ରୀନାଥ ଓ ଜାହିର୍‌ ଖାନ୍‌ ଶୀର୍ଷରେ ରହିଛନ୍ତି। ଏହାଛଡ଼ା ଏହି ମ୍ୟାଚ୍‌ରେ ୫୪ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିବା ସାମି ଏ କ୍ଷେତ୍ରରେ ଦେଶର ପ୍ରଥମ ବୋଲର୍‌ ଭାବେ ଏକାଧିକ ବାର ୫ କିମ୍ବା ତଦୁର୍ଦ୍ଧ୍ବ ୱିକେଟ୍‌ ନେବାର ଗୌରବ ହାସଲ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button