ରାଜ୍ୟ

ନିର୍ବାଚନ ପୂର୍ବରୁ ବଦଳିଲେ ପୁରୀ ଏବଂ କଟକ ଜିଲ୍ଲପାଳ ; ଜାଣନ୍ତୁ କିଏ ନେଲେ ନୂଆ ଦାଇତ୍ୱ

ଭୁବନେଶ୍ୱର:ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଓଏଏସ ବା ଓଡିଆ ପ୍ରଶାସନିକ ସେବା ଅଧିକାରୀ ସ୍ତରରେ ଛୋଟ ଧରଣର ଏକ ଅଦଳ ବଦଳ ହୋଇଛି । ଫଳରେ କିଛି ଅଧିକାରୀଙ୍କୁ ନୂତନ ସ୍ଥାନରେ ନିଯୁକ୍ତି ମିଳିଥିବା ବେଳେ କିଛି ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ପୁରୀ ଏବଂ କଟକ ଜିଲ୍ଲାପାଳଙ୍କ ସମେତ ମୟୁରଭଞ୍ଜ ଓ ବାଲେଶ୍ୱରର ଜିଲ୍ଲାପାଳ ମଧ୍ୟ ବଦଳି ହୋଇଛନ୍ତି । ପୁରୀ ଜିଲ୍ଲାପାଳ ଥିବା ବିଜୟ କୁମାର ଦାସଙ୍କୁ କଟକ ମହାନଗର ନିଗମ(ସିଏମସି)ର କମିଶନର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ଏଥି ସହିତ ସେ କଟକ ଉନ୍ନୟନ ପରିଷଦ(ସିଡିଏ)ର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ସେହିପରିCMC କମିଶନର ଥିବା ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ଅନ୍ୟପକ୍ଷେ ମୟୂରଭଞ୍ଜ ଜିଲ୍ଲାପାଳ ଥିବା ଆଶିଷ ଠାକରେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ବାଲେଶ୍ବର ଜିଲ୍ଲାପାଳ ଥିବା ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଗତକାଲି ମୋଟ ୩୫ ଜଣ ବିଡିଓ ଏବଂ ଡେପୁଟି କଲେକ୍ଟରଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରାଯାଇଥିଲା | ଯେଉଁଥିରେ ୩୧ ଜଣ ବିଡିଓ ହୋଇଥିବା ବେଳେ ୪ ଜଣ ଡେପୁଟି କଲେକ୍ଟର ଥିଲେ। ଏହାପରେ ଆଜି ପୁରୀ, କଟକ, ମୟୁରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି |

Related Articles

Leave a Reply

Your email address will not be published. Required fields are marked *

Back to top button