ଅପରାଧ

ଲଜ୍ଜା; ଭାଇ ଆଗରେ ଭଉଣୀକୁ ଉଠାଇ ନେଇ ଗଣଦୁଷ୍କର୍ମ – Ibnodisha

[ad_1]

ହାଇଦ୍ରାବାଦ: ହାଇଦ୍ରାବାଦରେ ଲୋମଟାଙ୍କୁରା ଘଟଣା । ଭାଇ ସମ୍ମୁଖରେ ଭଉଣୀଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ । ୧୫ ବର୍ଷର ନାବାଳିକାକୁ ଛୁରୀ ଦେଖାଇ ଗଣଦୁଷ୍କର୍ମ କଲେ ତିନି ଯୁବକ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ । ପୋଲିସର କହିବା ଅନୁଯାୟୀ, ପୀଡ଼ିତା ନାବାଳିକାଙ୍କ ବାପାଙ୍କର କିଛି ଦିନ ହେଲା ମୃତ୍ୟୁ ହୋଇଥିଲା । ଏହାପରେ ଗତ ୧୫ ଦିନ ତଳେ ପୀତା ତାଙ୍କ ସାନ ଭାଇଙ୍କ ସହ ହାଇଦ୍ରାବାଦ ଲାଲବଜାରରୁ ମୀରପେଟକୁ ଆସିଥିଲେ । ତାଙ୍କ ବଡ ଭଉଣୀ ଓ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଦିଲସୁଖନଗରର ଏକ ପୋଷାକ ଦୋକାନରେ ପୀଡିତାଙ୍କ ଭଉଣୀ କାମ କରୁଥିଲେ । ସୋମବାର ସକାଳ ୯ଟା ସମୟରେ ପୀଡିତା ତାଙ୍କ ଭାଇ ଓ ଅନ୍ୟ ତିନି ଜଣେ ଘରେ ଥିବା ବେଳେ ୮ଜଣ ଯୁବକ ନିଶା ସେବନ କରି ଘର ମଧ୍ୟରେ ପ୍ରବେଶ କରିଥିଲେ । ଏହାପରେ ନାବାଳିକା ଜଣଙ୍କ ଘରର ଉପର ମହଲାକୁ ୪ଜଣ ଯୁବକ ଉଠାଇ ନେଇଥିଲେ ।

ପୀଡିତାଙ୍କ ଭାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାକୁ ତାଙ୍କୁ ଧମକ ଦେଇ ଉପର ମହଲାକୁ ଛାଡ଼ି ନଥିଲେ । ତିନି ଯୁବକ ନାବାଳିକାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ପରେ ଗଣଦୁଷ୍କର୍ମ କରିଥିଲେ । କିନ୍ତୁ କୌଶଳ କ୍ରମେ ନାବାଳିକା ଜଣଙ୍କ ଚିତ୍କାର କରି ସେଠାରୁ ଖସି ପଳାଇ ଆସିଥିଲେ । ଏହାପରେ ବଡ଼ ଉଭଣୀଙ୍କୁ ପୁରା ଘଟଣା ସମ୍ପର୍କରେ କହିବା ପରେ ଥାନାରେ ଏନେଇ ଅଭିଯୋଗ କରିଥିଲେ । ମୀରପେଟ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ପୋଲିସ । ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଯାଇ ଥିଲା । ଡାକ୍ତରୀ ମାଇନା ପରେ ତାଙ୍କୁ ସଖୀ ସେଣ୍ଟରରେ ରଖାଯାଇଛି ।

ନିକଟରେ ବିହାରରୁ ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଥିଲା । ଜଣେ ୧୩ ବର୍ଷୀୟା ନାବାଳିକାକୁ ଅପହରଣ କରି ଦୀର୍ଘ ୨୮ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ମୁଜାଫରପୁରରେ ଏହି ଘଟଣା ଘଟିଥିଲା । ୬ ଜଣ ଅଭିଯୁକ୍ତ ଏପରି କାଣ୍ଡ କରିଥିବା ପୀଡ଼ିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଜୁଲାଇ ୨୮ ତାରିଖରେ ମଧ୍ୟପ୍ରଦେଶ ସତନା ଜିଲ୍ଲା ମାଇହାରଠାରେ ଜଣେ ୧୦ବର୍ଷର ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । କିଛି ମନ୍ଦିର କର୍ମକର୍ତ୍ତା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପରେ ଗୁପ୍ତାଙ୍ଗରେ ବାଡ଼ି ଭର୍ତ୍ତି କରିଥିବା ମଧ୍ୟ ଜଣାପଡ଼ିଥିଲା । ଥାନାରେ ଅଭିଯୋଗ ପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button