ରାଜ୍ୟ

ଭିକାପଡା ଅଘରୀ ହତ୍ୟା ଘଟଣା; ଆଉ ଜଣେ ଅଭିଯୁକ୍ତ ଗିରଫ, ଗିରଫ ସଂଖ୍ୟା ୬ ହେଲା – Ibnodisha

[ad_1]

ଖଲ୍ଲିକୋଟ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ସିଆଳିଆପାଟ ରାଇପଡା ରାସ୍ତାରେ ଭିକାପଡା ଗ୍ରାମର ଅଘରି ନାହାକ ଓରଫ ହଟିଆ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଠିକା କାମ ଓ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିଲା । ପୂର୍ବରୁ ଏହି ଘଟଣାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଜି ଆଉ ଜଣେ ଅଭିଯୁକ୍ତ ବାଦପଲ୍ଲୀ ପଞ୍ଚାୟତର ଘୋଡାପଡା ଗ୍ରାମର ବିରେନ୍ଦ୍ର ପ୍ରଧାନ ଓରଫ ବିରୁ(୨୭)କୁ ଗିରଫ କରାଯାଇଛି ବୋଲି କହିଛନ୍ତି ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ।

ବିରେନ୍ଦ୍ର ଗିରଫ ହେବା ପରେ ଅଘୋରୀ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଗତ ୨୦୨୧ ମସିହା ଡିସେମ୍ବର ୬ ତାରିଖରେ ଭିକାପଡାର ଅଘରି ନାହାକ ଓରଫ ହଟିଆ ଓ କୈରାଶି ଗ୍ରାମର ରାଜେଶ ପ୍ରଧାନ ବାଇକ ଯୋଗେ କୁରୁମିପୁର ଠାରୁ ନିଜ ଗ୍ରାମକୁ ଫେରୁଥିଲେ । ଏହିି ସମୟରେ ସିଆଳିଆପାଟ ରାଇପଡା ରାସ୍ତାରେ ଅଭିଯୁକ୍ତମାନେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗଛକାଟି ରାସ୍ତା ଅବରୋଧ କରିଥିଲେ । ହଟିଆ ଏବଂ ରାଜେଶ ସେଠାରେ ଅଟକିବା ମାତ୍ରେ ଲୁଚି ରହିଥିବା ଦୁର୍ବୁତ୍ତମାନେ ଅତର୍କିତ ଭାବେ ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ । ପ୍ରଥମେ ରାଜେଶଙ୍କୁ ଆକ୍ରମଣ କରିବା ପରେ ସେ ମରିଗଲା ଭାବି ଅଘରିଙ୍କ ଉପରେ ଆକ୍ରମଣ କରିଥିଲେ ।

ତେବେ ଘଟଣା ସ୍ଥଳରେ ଅଘରୀଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ରାଜେଶଙ୍କୁ ପ୍ରଥମେ ସୁମଣ୍ଡଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏବଂ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାତିରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏ ସମ୍ପର୍କରେ ଖଲ୍ଲିକୋଟ ଥାନାରେ ୭୩୬/୨୦୨୧ରେ ମାମଲା ରୁଜ୍ଜୁ କରି ପୋଲିସ୍ ଅନୁସନ୍ଧାନ ଚଳାଇଥିଲା । ତେବେ ସୁରଜ ଓ ମୁରଲୀଙ୍କୁ ମୁମ୍ବାଇ ଓ ଭୋପାଲରୁ ଗିରଫ କରି ଖଲ୍ଲିକୋଟ ଆଣିବା ପରେ ସୁରଜକୁ ଘଟଣା ସ୍ଥଳକୁ ନେଇ ପୋଲିସ ସିନ ରିକ୍ରିଏସନ୍ କରି ସେଠାରେ ଲୁଚାଇ ରଖିଥିବା ଦୁଇଟି ଖଣ୍ଡା ଓ ଗୋଟିଏ ୭ ଏମ୍‌ଏମ୍ ପିସ୍ତଲ, ୨ଗୋଟି ଜୀବନ୍ତ ଗୁଳି ଜବତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button