ଅପରାଧ

୭୦ ହଜାରରେ କିଣି ଯାହାକୁ ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ – Ibnodisha

[ad_1]

ଦିଲ୍ଲୀ : ୭୦ ହଜାର ଟଙ୍କା ଦେଇ ଯାହାକୁ କିଣି ଆଣି ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ। ଏହାପରେ ନିଜ ପତ୍ନୀର ମୃତଦେହକୁ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିବା ବେଳେ ପୁଲିସ୍ ତାହାକୁ ଜବତ କରି ଘଟଣାର ଖୋଳତାଡ଼ କରିଛି। ମୃତା ମହିଳାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ସେ ସବୁ ସତ ଓଗାରିଛନ୍ତି। ଏପରି ଏକ ଘଟଣା ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଫତେହପୁର ବେରୀ ଅଞ୍ଚଳରେ ଘଟିଛି।ଫତେହପୁର ବେରୀ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଜଣେ ମହିଳାଙ୍କ ମୃତଦେହ ପଡ଼ିଥିବା ଖବର ପାଇ ପୁଲିସ୍‌ ତାହାକୁ ଜବତ କରିଥିଲା। ପୁଲିସ୍‌ ଆଖାପାଖ ସିସିଟିଭି ଯାଞ୍ଚ କରି ଶନିବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଏକ ଅଟୋ ବୁଲୁଥିବା ଦେଖିବାକୁ ପାଇଥିଲା। ଏହାପରେ ଉକ୍ତ ଅଟୋ ଚାଳକଙ୍କୁ ପୁଲିସ୍‌ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ ସତ ବଖାଣିଥିଲେ। ମୃତା ମହିଳା ଧର୍ମବୀରଙ୍କ ପତ୍ନୀ ସ୍ୱିଟି ବୋଲି ଚିହ୍ନଟ ହେଲା। ଏହାପରେ ପୁଲିସ୍‌ ଧର୍ମବୀରଙ୍କୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ସବୁ କଥା ମାନି ଯାଇଥିଲେ। ତାଙ୍କ କହିବାନୁଯାୟୀ, ସେ ୭୦ ହଜାର ଟଙ୍କା ଦେଇ ବିହାରର ପାଟଣା ଅଞ୍ଚଳର ସ୍ୱିଟିଙ୍କୁ କିଣି ଆଣି ବିବାହ କରିଥିଲେ। ମାତ୍ର ଉଭୟଙ୍କ ମଧ୍ୟରେ ଭଲ ପଡ଼ୁ ନ ଥିଲା। ଏପରିକି ସ୍ୱିଟିଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରୁଥିବା ବେଳେ ସେ ବେଳେବେଳେ କିଛି ନ କହି ଘରୁ ଗାଏବ ହୋଇ ଯାଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button