ଅପରାଧ

ତେଲେଙ୍ଗାନାରେ ୨୧ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା – Ibnodisha

[ad_1]

ହାଇଦ୍ରାବାଦ : ମେହବୁବ୍‌ନଗର ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥଠାରୁ ମାତ୍ର ୨ କିଲୋମିଟର ଦୂର ଗାଁ ପୋନ୍ନକଲ୍‌ରେ ଘଟିଛି ଅଭାବନୀୟ ଘଟଣା । ଅଜ୍ଞାତ ଆକ୍ରମଣକାରୀମାନେ ୨୧ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଥିବା ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ପୁଲିସ କହିଛି। ଏହି ଗୁଳିକାଣ୍ଡରେ ସମ୍ପୃକ୍ତ କୌଣସି ଦୁର୍ବୃତ୍ତଙ୍କୁ ଏଯାବତ୍‌ ଚିହ୍ନଟ କରାଯାଇ ପାରି ନ ଥିଲେ ମଧ୍ୟ ଅସ୍ତ୍ରଶସ୍ତ୍ର ଆଇନ ଓ ଜୀବ ନିଷ୍ଠୁରତା ଆଇନ ଅନୁଯାୟୀ ‘ଏଫ୍‌ଆଇଆର୍‌’ ପଞ୍ଜିକୃତ କରାଯାଇଛିଏହାଛଡ଼ା, ଗୁଳିଚୋଟରେ ଆଉ କେତେକ କୁକୁର ମଧ୍ୟ ଆହତ ହୋଇଛନ୍ତି। ପଶୁ ପାଳନ ବିଭାଗ ମୃତ କୁକୁରମାନଙ୍କର ଶବ ବ୍ୟବଚ୍ଛେଦ କରିଛି।ଅଡ୍ଡାକଲ୍‌ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଶ୍ରୀନିବାସ ସନ୍ଦେହ କରିଛନ୍ତି ଯେ, କୁକୁରମାନଙ୍କୁ ବିଷ ଦିଆଯାଇ ଅତି ନିକଟରୁ ଗୁଳି ମାରି ହତ୍ୟା କରାଯାଇଛି। ସମ୍ଭବତଃ ଦେଶୀ ବନ୍ଧୁକରୁ ଗୁଳି ଚାଳନା କରାଯାଇଛି। ଦୁଇଟି କୁକୁରଙ୍କ ଦେହରେ ଗୁଳି ବାଜି ନ ଥିଲେ ବି ସେମାନଙ୍କର ମୃତ୍ୟୁ ଘଟିଛି। କିନ୍ତୁ, କେଉଁ କାରଣ ପାଇଁ କୁକୁରମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି। ଗାଁ ଓ ରାଜପଥରେ ‘ସିସିଟିଭି’ କ୍ୟାମେରା ଲାଗି ନ ଥିବାରୁ ଏହି ଘଟଣା ତଦନ୍ତ କରିବାରେ ଅସୁବିଧା ହେଉଛି। ତେଣୁ, ‘ସିସିଟିଭି’ କ୍ୟାମେରା ଲଗାଇବା ଲାଗି ସରକାରୀ କର୍ତ୍ତୃପକ୍ଷମାନେ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଖାଲି କ୍ୟାଟ୍ରିଜ୍‌ ସମେତ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ ପାଇଁ ‘କ୍ଲୁ ଟିମ୍‌’ ମୁତୟନ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button