ଅପରାଧ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼ – Ibnodisha

[ad_1]

କଟକ : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ଼। ଉକ୍ତ ଘଟଣାରେ ଜଣେ ମୃତ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି।ସୂଚନା ଅନୁସାରେ ଆଜି ସନ୍ଧ୍ୟା ବେଳେ ନେହରୁପଲ୍ଲୀରେ ଭାରତୀ ସାହୁଙ୍କ ସହିତ ଜଣେ ଯୁବକଙ୍କ ଯୁକ୍ତିତର୍କ ହେଉଥିଲା। ଏହି ସମୟରେ ଭାରତୀଙ୍କୁ ସମ୍ପୃକ୍ତ ଯୁବକ ଛୁରା ମାଡ଼ କରିଥିଲା। ଭାରତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାକୁ ଧାଇଁ ଆସିଥିଲେ। ଆକ୍ରମଣ କରିଥିବା ଯୁବକ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକେ ଭାରତୀଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ ହେଉଛି। ଅନ୍ୟପଟେ ପୋଲିସ ଛୁରା ମାଡ଼ କରିଥିବା ଅଭିଯୁକ୍ତ ନାଁରେ ଏକାଧିକ ମାମଲା ରୁଜୁ କରିଛି। ହତ୍ୟାକାଣ୍ଡ ଘଟିଥିବା ସ୍ଥଳରେ ଏସିପି ଓ ସିଆରଆରଆଇ ଥାନା ଆଇଆଇସି ପହଞ୍ଚି ତଦନ୍ତ ଚଳାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button