ଅପରାଧ

ଟଙ୍କା ପାଇଁ ଜେଜେମା’ଙ୍କୁ ହତ୍ୟା କଲା ନାତି – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦାରା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ୧୫ ବର୍ଷୀୟ ବାଳକ ତା’ର ସାଙ୍ଗ ଏହା ମିଶି ଟଙ୍କା ପାଇଁ ତା ଜେଜେ ମା ଙ୍କ ହତ୍ୟା କରିଛି । ଗୁରୁବାର ସନ୍ଧ୍ୟାରେ ଜିଟିବି ଏନକ୍ଲେଭରେ ବୃଦ୍ଧାଙ୍କ ମୃତଦେହ ତାଙ୍କ ଘର ବେଡରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶରୀରରେ କୌଣସି ବାହ୍ୟ ଆଘାତ ଦେଖିପାରିନଥିଲେ ତାଙ୍କ ସ୍ୱାମୀ। ଏହାପରେ ଭାବିଥିଲେ ଯେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ସ୍ବାଭାବିିକ କାରଣରୁ ହୋଇଛି। ତେବେ ତାଙ୍କ ସମ୍ପର୍କୀୟମାନେ ବୃଦ୍ଧାଙ୍କ କପାଳରେ ଆଘାତ ଚିହ୍ନ ଥିବା ଦର୍ଶାଇଥିଲେ । ସେହିପରି ଘର ଭିତରେ ଥିବା ବୃଦ୍ଧାଙ୍କ ଲକରରୁ ନଗଦ ଟଙ୍କା ମଧ୍ୟ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ସନ୍ଦେହଜନକ ମୃତ୍ୟୁ ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ।ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଯେ ନବମ ଶ୍ରେଣୀରେ ପଢୁଥିବା ମୃତ ବୃଦ୍ଧାଙ୍କ ନାତି ଜଣଙ୍କ ଗୁରୁବାର ଦିନ ସାଙ୍ଗଙ୍କ ସହ ଘରକୁ ଆସିଥିଲା। ଏହି ସମୟରେ ବୃଦ୍ଧା ଜଣଙ୍କ ଏକାଥିଲେ। ଶୁକ୍ରବାର ପୋଲିସ ସଂପୃକ୍ତ ବାଳକକୁ ପଚରାଉଚରା କରିବା ପରେ ସେ ତାର ଜେଜେମା’ଙ୍କୁ ହତ୍ୟା କରି ଟଙ୍କା ଚୋରି କରିଥିବା ସ୍ୱୀକାର କରିଛି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଠାରୁ ନଗଦ ୧୪ ହଜାର ଟଙ୍କା ଜବତ କରିଛି ଏବଂ ଏହି ଘଟଣାରେ ତାର ସାଙ୍ଗ ମଧ୍ୟ ସହଯୋଗ କରିଛି ବୋଲି କହିଛି। ପୁଲିସ ଉଭୟଙ୍କ ବିରୋଧରେ ହତ୍ୟା ଓ ଚୋରି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

The post ଟଙ୍କା ପାଇଁ ଜେଜେମା’ଙ୍କୁ ହତ୍ୟା କଲା ନାତି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button