ଅପରାଧ

ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢ଼ଶୁର – Ibnodisha

[ad_1]

ସମ୍ବଲପୁର : ପାରିବାରିକ କଳହର ଉଗ୍ର ରୂପ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ। ଏଠାରେ ଦେଢ଼ଶୁର ଲୋଚନ ପିଙ୍ଗ ସାନଭାଇର ଘରେ ପଶି ନିଜର ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ମୃତକ ହେଲେ ପୂର୍ଣ୍ଣିମା ପିଙ୍ଗ୍ ଓ ତାଙ୍କ ଦେଢ଼ ବର୍ଷର ପୁଅ ୟେଂଶୁ ପିଙ୍ଗ୍। ଲୋଚନ ପିଙ୍ଗ ଉଭୟଙ୍କୁ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ହତ୍ୟାକାଣ୍ଡ ସଂପର୍କରେ ଗ୍ରାମବାସୀ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଭିଯୁକ୍ତ ଲୋଚନକୁ ଅଟକ ରଖି ପଚରାଉଚରା କରୁଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button