ରାଜ୍ୟ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ – Ibnodisha

[ad_1]

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଖଇରା ଥାନା ନନ୍ଦୁରୁ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଫୁଲ ତୁଳିବାକୁ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟିଛି ।ତେବେ ସୂଚନା ଅନୁଯାୟୀ,ଅନ୍ନପୂର୍ଣ୍ଣା ରାଉତ ଆଜି ଭୋର ସମୟରେ ନିଜ ବାଡ଼ିରେ ଫୁଲ ତୋଳିବାକୁ ଯାଇଥିଲେ ଗତକାଲି ବିଳମ୍ବିତ ରାତିରେ ଏକ ଗଛ ଉପୁଡି ତାର ଉପରେ ପଡ଼ିଥିଲା ଫଳରେ ଘରକୁ ଆସିଥିବା ବିଦ୍ୟୁତ ତାରଟି ଛିଣ୍ଡି ଫୁଲ ଗଛ ଉପରେ ପଡ଼ିଥିଲା ଯାହା ଅନ୍ନପୂର୍ଣ୍ଣା ଜାଣିପାରିନଥିଲେ । ଅସାବଧାନତାରେ ବିଦ୍ୟୁତ ତାରକୁ ଅନ୍ନପୂର୍ଣ୍ଣା ଧରି ପକାଇଥିଲେ ପରିବାର ଲୋକ ଜାଣିବା ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଖଇରା ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଅନ୍ନପୂର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅନ୍ନପୂର୍ଣ୍ଣାହେଉଛନ୍ତି ଅବସରପ୍ରାପ୍ତ ହାଇସ୍କଲୁ ପ୍ରଧାନଶିକ୍ଷକ ବରେନ୍ଦ୍ର ରାଉତଙ୍କ ଧର୍ମପତ୍ନୀ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button