ଦେଶ
ଆନ୍ଧ୍ରପ୍ରଦେଶରେ ବାର୍ଡ ଫ୍ଲୁ ରେ ଲୋକ ଆତଙ୍କିତ – Ibnodisha
[ad_1]
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ଅଧିକାଂଶ ଜିଲ୍ଲାରେ ବାର୍ଡ ଫ୍ଲୁ ରେ ଲୋକ ଆତଙ୍କିତ ହେଉଛନ୍ତି । ଏହି ରୋଗରେ ଆକ୍ରାନ୍ତ ହୋଇ ପ୍ରତିଦିନ ହଜାର ହଜାର କୁକୁଡା ମରୁଛନ୍ତି । ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଓ ଅଣ୍ଡା ନଖାଇବାକୁ ସରକାର ଲୋକମାନଙ୍କୁ ଚେତାବନି ଦେଇଛନ୍ତ । ଏଥିପାଇଁ ଚିକେନ ବିକ୍ରି ଉପରେ ତିନି ମାସ ପାଇଁ ବ୍ୟାନ ଲଗାଇଛନ୍ତି ସରକାର । ଆନ୍ଧ୍ରପ୍ରଦେଶର ନେଲୋର , ପୁଡଲକରୁ , କୋଭରୁ ଏବଂ ସାଇଦାପୁରମ ଅଞ୍ଚଳରେ ବହୁ ସଂଖ୍ୟକ କୁକୁଡା ମରୁଥିବା ଦେଖାଦେଇଛି । ଫେବୃଆରୀ ୧୦ ତାରିଖରେ ପ୍ରାୟ ୧୦ ହଜାର କୁକୁଡା ମରିଥିବା ଖବର ମିଳିବା ପରେ ଜିଲ୍ଲା କର୍ତ୍ତୁପକ୍ଷ ଏଥିପାଇଁ ଭୋପାଳ ଲାବୋରେଟୋରୀକୁ ଚିକେନ ନମୂନା ପଠାଇଛନ୍ତି । ନମୂନା ପରୀକ୍ଷାର ଅଧିକାଂଶ କୁକୁଡା ଠାରେ ଏଚ୍୫ ଏନ୍୧ ଜୀବାଣୁ ଚିହ୍ନଟ ହୋଇଥିବା ଜଣାଡିଛି ।
[ad_2]