ଦେଶ

କୋଷ୍ଟଗାର୍ଡ ବିମାନ-ଯାତ୍ରୀବାହୀ ବିମାନ ମୁହାଁମୁହିଁ; ଜଳିଗଲା ବିମାନ, ୫ ମୃତ – Ibnodisha

[ad_1]

ଟୋକିଓ: ନୂଆବର୍ଷରେ ଏକ ଭୟାବହ ଭୂକମ୍ପଜନିତ ବିପର୍ଯ୍ୟୟ ସହ ଜୁଝୁଥିବା ଜାପାନ ଉପରେ ଆଉ ଏକ ହୃଦୟ ବିଦାରକ ଘଟଣା ମାଡ଼ିପଡ଼ିଛି । ଭୂକମ୍ପ ପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଏକ କୋଷ୍ଟଗାର୍ଡ଼ ବିମାନ ସହ ଅନ୍ୟ ଏକ ଯାତ୍ରୀବାହୀ ବିମାନ ଧକ୍କା ହୋଇଛି । ଏଥିରେ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଥିଲା । ତେବେ ନିଆଁଟି ସମଗ୍ର ବିମାନକୁ ସମ୍ପ୍ରସାରିତ ହେବା ପୂର୍ବରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଦିଆଯାଇଥିଲା । ଅନ୍ୟପକ୍ଷେ କୋଷ୍ଟଗାର୍ଡ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୫ କୋଷ୍ଟଗାର୍ଡ ଯବାନ୍ ମୃତ୍ୟୁଲାଭ କରିଛନ୍ତି ।

ଜାପାନ୍‌ର ଟୋକିଓର ହାନେଡା ବିମାନବନ୍ଦର ଅଥରିଟି ପକ୍ଷରୁ ମିଳିଥିବା ସୂଚନାନୁସାରେ ଜାପାନ ଏୟାର ଲାଇନ୍ସର ଏକ ବିମାନ ରନ୍‌ୱେରେ ଅବତରଣ କରୁଥିବା ବେଳେ କୋଷ୍ଟଗାର୍ଡ଼ ବିମାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଏହାପରେ ବିମାନବନ୍ଦରରେ ଜରୁରିକାଳୀନ ପରିସ୍ଥିତି ଲାଗୁ କରିଦିଆଯାଇଥିଲା ଏବଂ ନିଆଁ ଲିଭାଇବାକୁ ଯୋଜନା କରାଯାଇଥିଲା । ନିଆଁ ଲିଭାଯିବା ସହ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ କଢ଼ାଯାଇଥିଲା । ସୂଚନାଯୋଗ୍ୟ, ଯାତ୍ରୀବାହୀ ବିମାନରେ ୩୭୯ଜଣ ଯାତ୍ରୀ ଥିଲେ । ଅନ୍ୟପକ୍ଷେ କୋଷ୍ଟଗାର୍ଡ ବିମାନରେ ୬ଜଣ ସୁରକ୍ଷା କର୍ମୀ ରହିଥିବା ବେଳେ ଦୁର୍ଘଟଣା ସମୟରେ ସେମାନଙ୍କ ମଧ୍ୟରୁ ଜଣେ ବାହାରକୁ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ୫ଜଣଙ୍କର ମୃତ୍ୟୁ ଘଟିଥିଲା । ଜାପାନ୍ ଏୟାରଲାଇନ୍ସ କହିଛି ବିମାନର ୩୭୯ ଜଣ ଯାତ୍ରୀଙ୍କ ମଧ୍ୟରେ ୮ଜଣ ପିଲା ଏବଂ ୧୨ଜଣ କ୍ର‌୍ୟୁ ସଦସ୍ୟ ରହିଥିଲେ । ତେବେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା ।

ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ନିଆଁ ଲାଗିଥିବା ବିମାନର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓ ଫୁଟେଜ୍‌ରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରୁଥିବା ବେଳେ ବିମାନର ଇଞ୍ଜିନ୍ ଅଞ୍ଚଳ ନିକଟରୁ ନିଆଁ ଲାଗିଥିବାର ଦେଖାଯାଉଛି । ୭ଠଟି ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା । ସ୍ଥାନୀୟ ସମୟ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ବିମାନଟି ସମ୍ପୂର୍ଣ୍ଣ ନିଆଁରେ ପୋଡି ହୋଇଯାଇଥିଲା । ବିମାନ ବନ୍ଦରର ସମସ୍ତ ରନ୍‌ୱେକୁ ବନ୍ଦ ରଖାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button