ଦେଶ

ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ୍‌ ଏସ୍‌ଆଇ

IBN ଓଡିଶା(ବ୍ୟୁରୋ)ଲକ୍ଷ୍ନୌ: ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ଉତ୍ତର ପ୍ରଦେଶ ପୋଲିସ୍‌ ସବ୍‌-ଇନସ୍ପେକ୍ଟର ଇନ୍ତେସାର ଅଲୀ। ତେବେ ଏହା ପୂର୍ବରୁ ଅଲ୍ଲୀଙ୍କୁ ଦାଢ଼ି କାଟିବାକୁ ତିନିଥର ସତର୍କ କରାଯାଇଥିଲା। ନହେଲେ ଦାଢ଼ି ରଖିବା ପାଇଁ ଅନୁମତି ନେବାକୁ କୁହାଯାଇଥିଲା। କିନ୍ତୁ ଏହି ଦୁଇଟି ପରାମର୍ଶ ଭିତରେ ଅଲୀ କେଉଁଟି ବି ମାନି ନଥିଲେ। ଏବଂ ଦାଢ଼ି ରଖି ଡ୍ୟୁଟି କରୁଥିଲେ।ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।ଏ ନେଇ ବାଘପତ ଏସ୍‌ପି ଅଭିଷେକ ସିଂହ କହିଛନ୍ତି ଯେ ପୋଲିସ ମାନୁଆଲ୍ ଅନୁସାରେ, କେବଳ ଶିଖ୍‌ମାନଙ୍କୁ ଦାଢ଼ି ରଖିବାକୁ ଅନୁମତି ଦିଆଯାଇଛି। ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଦାଢ଼ି କାଟିବାକୁ ବାଧ୍ୟ।ସେ ଆହୁରି ମଧ୍ୟ କହିଥିଲେ ଯେ “ଯଦି କୌଣସି ପୋଲିସ କର୍ମଚାରୀ ଦାଢ଼ି ରଖିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ତାଙ୍କୁ ଅନୁମତି ନେବାକୁ ପଡ଼ିବ। ଇନ୍ତେସାର ଅଲୀଙ୍କୁ ମଧ୍ୟ ଅନୁମତି ନେବାକୁ ବାରମ୍ବାର କୁହାଯାଇଥିଲା, କିନ୍ତୁ ସେ ଏହାକୁ ମାନି ନଥିଲେ। ବିନା ଅନୁମତିରେ ଦାଢ଼ି ରଖିଥିଲେ।”ସୂଚନା ଥାଉକି, ଅଲୀ ଉତ୍ତର ପ୍ରଦେଶ ପୋଲିସରେ ଯୋଗ ଦେଇ ବାଘପଥରେ ସବ୍‌-ଇନସ୍ପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ତେବେ ଅଲୀଙ୍କ କହିବା କଥା ହେଲା ସେ ଦାଢ଼ି ରଖିବା ପାଇଁ ଅନୁମତି ମାଗିଥିଲେ। କିନ୍ତୁ ତାଙ୍କୁ କୌଣସି ଉତ୍ତର ମିଳିନଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button