ଦେଶ

ସିଝି ନ ଥିବା ‘ଟିଲେପିଆ’ ମାଛ ଖାଇ ସମସ୍ତ ଆଙ୍ଗୁଠି ହରାଇଲେ ମହିଳା – Ibnodisha

[ad_1]

ନ୍ୟୁୟର୍କ: ଭଲ ଭାବେ ସିଝି ନ ଥିବା ‘ଟିଲେପିଆ’ ମାଛ ଖାଇ ଜଣେ ଆମେରିକୀୟ ମହିଳା ହାତଗୋଡ଼ର ସମସ୍ତ ଆଙ୍ଗୁଠି ହରାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି ଯେ, କାଲିଫର୍ଣ୍ଣିଆର ସାନ୍‌ ଜୋସ୍‌ ନିବାସୀ ୪୦ ବର୍ଷୀୟ ଲାଉରା ବାରାଜାସ୍‌ ‘ବ୍ୟାକ୍ଟେରିଆ’ଦ୍ବାରା ସଂକ୍ରମିତ ହୋଇଥିବା ଗୋଟାଏ ଦରସିଝା ‘ଟିଲେପିଆ’ ମାଛ ଖାଇବା ପରେ ନିଜେ ସଂକ୍ରମିତ ହୋଇଯାଇଥିଲେ।

ତାଙ୍କର ବାନ୍ଧବୀ ଆନ୍ନା ମେସିନା କହିଛନ୍ତି, ସାନ୍‌ ଜୋନ୍‌ସ୍ଥିତ ଆଞ୍ଚଳିକ ବଜାରରୁ ‘ଟିଲେପିଆ’ମାଛ କିଣି ତାହାକୁ ଘରେ ରାନ୍ଧି ସେ ଖାଇବା ପରେ ଅସୁସ୍ଥ ହୋଇପଡ଼ିଲେ। ଅସୁସ୍ଥ ନୁହେଁ ତ ମରି ଆସୁଥିଲେ ବୋଲି କହିଲେ ଚଳିବ। ତାଙ୍କୁ କୃତ୍ରିମ ଶ୍ବାସକ୍ରିୟାରେ ରଖାଯାଇଥିଲା।

Image Courtesy of NDTV

ତାଙ୍କର ଆଙ୍ଗୁଠି, ପାଦ ଓ ତଳଓଠ କଳାପଡ଼ିଗଲା। ତାଙ୍କର ଜୀବନ ସମ୍ପୂର୍ଣ୍ଣ ସଙ୍କଟାପନ୍ନ ହୋଇଗଲା। କିଡ୍‌ନି ମଧ୍ୟ କାମ କଲାନାହିଁ ବୋଲି ମେସିନା କହିଛନ୍ତି।

ଦୀର୍ଘ ମାସେ କାଳ ଡାକ୍ତରଖାନାରେ ରହିବା ପରେ ତାଙ୍କର ଜୀବନ ବଞ୍ଚାଇବା ଲାଗି ଗତ ଗୁରୁବାର ଦିନ ଅସ୍ତ୍ରୋପଚାର କରାଯାଇ ସଂକ୍ରମିତ ହୋଇଯାଇଥିବା ହାତ ଓ ଗୋଡ଼ର ସମସ୍ତ ଆଙ୍ଗୁଠି କାଟିବାକୁ ପଡ଼ିଲା।

ମେସିନା କହିଛନ୍ତି ଯେ, କଞ୍ଚା ସାମୁଦ୍ରିକ ଖାଦ୍ୟ ଓ ସମୁଦ୍ର ଜଳରେ ଥିବା ମାରାତ୍ମକ ‘ବ୍ୟାକ୍ଟେରିଆ’ ‘ଭାଇବ୍ରିଓ ଭଲ୍‌ନିଭିକସ୍’ଦ୍ବାରା ବାରାଜାସ୍‌ ଆକ୍ରାନ୍ତ ହୋଇଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button