ଭାରତୀୟ ତଟରକ୍ଷୀଙ୍କ ଦୁଃସାହସିକ ଅଭିଯାନ: ଆରବ ସାଗରରେ ଜାହାଜରୁ ଉଦ୍ଧାର ହେଲେ ଅସୁସ୍ଥ ଚୀନ୍ ନାଗରିକ – Ibnodisha

[ad_1]

ମୁମ୍ବାଇ: ଚୀନ୍ରୁ ‘ସଂଯୁକ୍ତ ଆରବ ଏମିରେଟସ୍’ ଯାଉଥିବା ଗୋଟାଏ ଜାହାଜରୁ ବୁଧବାର ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଜଣେ ଚୀନ୍ ନାଗରିକଙ୍କୁ ଉଦ୍ଧାର କରିଥିବା ‘ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର୍’ କହିଛି।
ସେ ଜାହାଜରେ ଥିବା ଚୀନ୍ ନାଗରିକଜଣକ ଛାତିରେ ଯନ୍ତ୍ରଣା ଓ ହୃଦ୍ଘାତ ହେବାର ଲକ୍ଷଣ ଅନୁଭୂତ ହେଉଛି ବୋଲି ସୂଚନା ଦେବାରୁ ତାଙ୍କୁ ସେ ଜାହାଜରୁ ସ୍ଥାନାନ୍ତରଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।
ବୁଧବାର ଦିନ ମୁମ୍ବାଇସ୍ଥିତ ‘ମେରିଟାଇମ୍ ରେସ୍କ୍ୟୁ କୋଅର୍ଡିନେସନ୍ ସେଣ୍ଟର୍’ ସୂଚନା ପାଇଲା ଯେ, ଗବେଷଣାକାରୀ ଜାହାଜ ‘ଏମ୍ଭି ଡୋଙ୍ଗ୍ ଫାଙ୍ଗ୍ କାନ୍ ଟାନ୍ ନୋ ୨’ରେ ଥିବା ୟିନ୍ ୱେଇଗ୍ୟାଙ୍ଗ୍ଙ୍କର ହୃଦ୍ଘାତ ହେବା ସହିତ ରକ୍ତଚାପ ବୃଦ୍ଧି ପାଇଛି। ସେ ତୁରନ୍ତ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଛନ୍ତି।

ତୁରନ୍ତ ସେ ଚୀନା ଜାହାଜ ସହିତ ଯୋଗାଯୋଗ ସ୍ଥାପନ କରାଯାଇ ଆବଶ୍ୟକ ‘ଟେଲିମେଡିସିନ୍’ ପରାମର୍ଶ ଦିଆଗଲା। ତା’ରେ ରୋଗୀଙ୍କୁ ତୁରନ୍ତ ଜାହାଜରୁ ସ୍ଥାନାନ୍ତରଣ କରାଯାଇ ବିମାନରେ ଡାକ୍ତରଖାନା ନେବା ପାଇଁ ବିଚାର କରାଗଲା। ‘ସିଜି ଏଏଲ୍ଏଚ୍ ଏମ୍କେ-୩’ ଉକ୍ତ ଜାହାଜରୁ ନିରାପଦରେ ସେ ରୋଗୀଙ୍କୁ ସ୍ଥାନାନ୍ତରଣ କରି ପ୍ରାଥମିକ ଉପଚାର ଯୋଗାଇ ଦେବା ପରେ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିବା ଲାଗି ଏଜେଣ୍ଟ୍ମାନଙ୍କୁ ହସ୍ତାନ୍ତର କରାଯାଇଥିଲା।
ଉଲ୍ଲେଖନୀୟ, ସମୁଦ୍ର ମଧ୍ୟରୁ ଜଣେ ବିଦେଶୀ ନାଗରିକଙ୍କ ଦୁର୍ଲଭ ଜୀବନ ରକ୍ଷା କରିବା ଲାଗି ରାତ୍ରର ଅନ୍ଧକାରରେ ‘ସିଜି ଏଏଲ୍ଏଚ୍’ ଓ ‘ସିଜିଏସ୍ ଦାମନ୍’ ଏହି ଦୁଃସାହସିକ ଅଭିଯାନ ଚଳାଇଥିଲେ।
[ad_2]