ଦେଶ

ବାଇଡେନ୍‌ଙ୍କ ଡେଲାୱେର୍‌ସ୍ଥିତ ବାସଭବନ ବାହାରେ ବନ୍ଧୁକଧାରୀ ପ୍ରତିବାଦକାରୀ: ରିପୋର୍ଟ – Ibnodisha

[ad_1]

ୱିଲ୍‌ମିଙ୍ଗ୍‌ଟନ୍‌: ରବିବାର ଦିନ ଡେଲାୱେର୍‌ ଅନ୍ତର୍ଗତ ୱିଲ୍‌ମିଙ୍ଗ୍‌ଟନ୍‌ ସହରରେ ଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବାସଭବନ ବାହାରେ ଜଣେ ବ୍ୟକ୍ତି ବନ୍ଧୁକ ଧରି ପ୍ରତିବାଦ ପ୍ରଦର୍ଶନ କରିଥିବା କଥା ‘ଡେଲି ମେଲ୍‌’ ରିପୋର୍ଟ କରିଛି।

ପ୍ରତିବାଦକାରୀ ବ୍ୟକ୍ତିଜଣକ ଖଣ୍ଡେ ହଳଦିଆ ଓ କମଳା ରଙ୍ଗର ‘ସେଫ୍ଟି ଭେଷ୍ଟ୍‌’ ପିନ୍ଧିଥିଲେ। ହାତରେ ଧରିଥିବା ‘ପ୍ଲାକାର୍ଡ’ରେ ଲେଖା ଥିଲା: ବାଇଡେନ୍‌ମାନେ ଅପରାଧୀ, ୨୦ଟି ‘ସେଲ୍‌ କମ୍ପାନି?! ‘ଲ୍ୟାପ୍‌ଟପ୍‌’ କେଉଁଠି ଅଛି? ବଡ଼ମୁଣ୍ଡ ପାଇଁ ୧୦%।

ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପ ସମ୍ବନ୍ଧରେ ରିପ‌ୋର୍ଟ କରିବା ଲାଗି ସେଠାରେ ସମବେତ ହୋଇଥିବା ଦଳେ ସାମ୍ବାଦିକଙ୍କ ସାମ୍ନା ଦେଇ ପ୍ରତିବାଦକାରୀଜଣକ ରାଷ୍ଟ୍ରପତିଙ୍କ ବାସଭବନ ଆଡ଼କୁ ପଡ଼ିଥିବା ରାସ୍ତାରେ ଚାଲି ଚାଲି ଯାଉଥିଲେ ଓ ତାଙ୍କ ପଛେ ପଛେ ଗୋଟାଏ ‘ସିକ୍ରେଟ୍‌ ସର୍ଭିସ୍‌’ ଗାଡ଼ି ଚାଲୁଥିଲା ବୋଲି ‘ଡେଲି ମେଲ୍‌’ ରିପୋର୍ଟରେ ଉଲ୍ଲେଖ ଅଛି।

Image Courtesy of Reuters

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟା ବେଳେ ରାଷ୍ଟ୍ରପତି ବାଇଡେନ୍‌ ତାଙ୍କ ଜନ୍ମନଗରୀ ୱିଲ୍‌ମିଙ୍ଗ୍‌ଟନ୍‌ରେ ପହଞ୍ଚିଥିଲେ। କେତେକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ ଓ ଜାତିସଂଘ ସାଧାରଣ ସଭାରେ ଯୋଗ ଦେବା ପାଇଁ ସେ ରବିବାର ଅପରାହ୍ଣରେ ନ୍ୟୁୟର୍କ ସହର ଅଭିମୁଖେ ଯାତ୍ରା କରିଥିଲେ।

ୱିଲ୍‌ମିଙ୍ଗ୍‌ଟନ୍‌ରେ ରାଷ୍ଟ୍ରପତି ବାଇଡେନ୍‌ ବାହାରକୁ ଆସି ନ ଥିଲେ କି, ସାମ୍ବାଦିକମାନଙ୍କୁ କିଛି କହି ନ ଥିଲେ। କେବଳ ଶନିବାର ଦିନ ବ୍ରାଣ୍ଡିୱାଇନ୍‌ରେ ଥିବା ଗୀର୍ଜାରେ ଆୟୋଜିତ ଉପାସନାରେ ଯୋଗ ଦେଇଥିଲେ।

ତାଙ୍କ ପୁଅ ହଣ୍ଟର୍‌ ବନ୍ଧୁକ କିଣା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଥା ସେ ଏପର୍ଯ୍ୟନ୍ତ ଔପଚାରିକ ଭାବେ ଘୋଷଣା କରି ନାହାନ୍ତି। ହଣ୍ଟର୍‌ ବାଇଡେନ୍‌ଙ୍କ ନାଁରେ ୩ଟି ‘ଫେଡେରାଲ୍‌ ଚାର୍ଜ’ (ଅଭିଯୋଗ) ରହିଥିବାରୁ ସେ ୨୫ ବର୍ଷ ଜେଲ୍‌ ଦଣ୍ଡ ଭୋଗି ପାରନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button