ଦେଶ

ପଞ୍ଚତାରକା ହୋଟେଲ ଛାତରୁ ଠେଲିଦେଲେ ଯୁବକଙ୍କୁ – Ibnodisha

[ad_1]

ଉତ୍ତରପ୍ରଦେଶ : ସାମାନ୍ୟ ଯୁକ୍ତିତର୍କରୁ ଜଣେ ଯୁବକଙ୍କୁ ଏକ ପଞ୍ଚତାରକା ହୋଟେଲ ଛାତରୁ ଠେଲି ଦେଇଛନ୍ତି ନିଶାଶକ୍ତ ବ୍ୟବସାୟୀ। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ। ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଛାତରୁ ଖସି ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସାର୍ଥକ ଅଗ୍ରୱାଲ। ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ସାର୍ଥକ ତାଙ୍କର କିଛି ସାଙ୍ଗମାନଙ୍କ ସହିତ ଉକ୍ତ ପଞ୍ଚତାରକା ହୋଟେଲରେ ରବିବାର ରାତିରେ ପାର୍ଟି କରୁଥିଲେ। ପାର୍ଟିରେ ସାମିଲ ଥିବା ଜଣେ ଯୁବତୀଙ୍କ ବାପା ସଞ୍ଜୀବ ଅରୋରା ସେଠାରେ କିଛି ସମୟ ପରେ ପହଞ୍ଚିଥିଲେ। ସାର୍ଥକ ସଞ୍ଜୀବଙ୍କୁ ଦେଖିବା ପରେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। କିନ୍ତୁ ନିଶାଶକ୍ତ ଅବସ୍ଥାରେ ଥିବା ସଞ୍ଜୀବ ତାଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ କରିଥିଲେ। ଏପରେ ସେ  ସାର୍ଥକଙ୍କୁ ମାରପିଟ୍‌ କରିବା ସହିତ ଛାତରୁ ଠେଲି ଦେଇଥିଲେ। ଘଟଣା ସଂକ୍ରାନ୍ତରେ ଥାନାରେ ଏତଲା ଦିଆଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button