ରାଜ୍ୟ
୨୮ରେ ସାଲେପୁର ଆସିବେ ରାହୁଲ – Ibnodisha

[ad_1]
ଭୁବନେଶ୍ୱର: ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିବ କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୨୮ ତାରିଖ ଦିନ ଓଡ଼ିଶା ଆସିବେ । ସାଲେପୁରରେ କଂଗ୍ରେସ ପକ୍ଷରୁ ହେବାକୁ ଥିବା ଜନସଭାରେ ସେ ଯୋଗଦେବେ । ରାହୁଲ ଗାନ୍ଧୀଙ୍କ ଗସ୍ତ ନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ଏହାଛଡ଼ା ପୁଣି ମଇ ୩ କିମ୍ବା ୪ ତାରିଖରେ ରାହୁଲ ଗାନ୍ଧୀ ରାୟଗଡ଼ା ଗସ୍ତରେ ଆସିବେ ବୋଲି ଜଣାଯାଇଛି । ରାୟଗଡ଼ା ଆସିବା ନେଇ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେଦିନ ସେ ସୋନପୁରରେ ଜନସଭାକୁ ସମ୍ୱୋଧିତ କରିବେ। ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।
[ad_2]




