ରାଜ୍ୟ

ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି: ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ଘରେ ପଶି ଆକ୍ରମଣ

ଯାଜପୁର: ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି। ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନର୍ସଙ୍କ ଘରେ ପଶି କନେଷ୍ଟବଳଙ୍କ ଆକ୍ରମଣ। ଯାଜପୁର ରାମବାଗ ଫାଣ୍ଡିର କନେଷ୍ଟବଳ ଜିତେନ୍ଦ୍ର ବିଶ୍ଵାଳଙ୍କ ବିରୋଧରେ ମଙ୍ଗଳପୁର ଥାନାରେ ଅଭିଯୋଗ ଆସିବା ପରେ ମଙ୍ଗଳପୁର ପୋଲିସ କନେଷ୍ଟବଳଙ୍କୁ ଗିରଫ କରିଛି। କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳ ରାତି ଅଧରେ ମଙ୍ଗଳପୁର ଅଞ୍ଚଳରେ ନର୍ସଙ୍କର ଭଡ଼ା ଘରେ ପଶି ପ୍ରେମ ନିବେଦନ କରିଥିଲେ।

ମାତ୍ର ସଂପୃକ୍ତ ନର୍ସ କଥା ନମାନିବାରୁ ତାଙ୍କୁ ସେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ସମ୍ପୃକ୍ତ କନେଷ୍ଟବଳଙ୍କ ଘର ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ। ସେ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିବା ସହ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଜିତେନ୍ଦ୍ରଙ୍କ କଥାରେ ନର୍ସ ଅରାଜି ହେବାରୁ ଗତକାଲି ରାତିରେ ନର୍ସଙ୍କ ଘରେ ପଶି ପୁଣି ପ୍ରେମ ନିବେଦନ କରିଥିଲେ ଜିତେନ୍ଦ୍ର।

ଏଥିରେ ରାଜି ନହେବାରୁ ନର୍ସଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ସଂପୃକ୍ତ ନର୍ସ ମଙ୍ଗଳପୁର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମଙ୍ଗଳପୁର ପୁଲିସ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରିଥିବା ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି। ଏଥିସହ ଅଭିଯୋକାରିଣୀଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button