ରାଜ୍ୟ
ବରଯାତ୍ରୀ ହୋଇଯାଇଥିଲେ, ଶବ ହୋଇ ଫେରିଲେ – Ibnodisha

[ad_1]
ଖଲିକୋଟ: ବରଯାତ୍ରୀ ହୋଇଯାଇଥିଲେ, ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ। ଗତକାଲି ରାତିରେ ୩ଜଣ ଯୁବକ ବରଯାତ୍ରୀ ହୋଇଯାଇଥିଲେ। ସେମାନେ ବିଳମ୍ବିତ ରାତିରେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ହେଲେ ବାଟରେ ଯମ ଜଗିଥିଲା।
ସିଙ୍ଗଡ଼ାପଲ୍ଲୀ ଅଭିମୁଖେ ସେମାନେ ଆସୁଥିବା ବେଳେ ବାଇକଟି ହଠାତ୍ ଚକାଠାକୁର ମନ୍ଦିର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ପିଙ୍କୁନ ପ୍ରଧାନ(୧୭) ଓ ଗଣେଶ ପ୍ରଧାନ(୧୮)ଙ୍କର ମୃତ୍ୟୁ ଘଟିଥିଲା। ଏଣେ ଅନ୍ୟ ଯୁବକ ମନୋଜ ପ୍ରଧାନ ଗୁରୁତର ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଖଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
[ad_2]



