ରାଜ୍ୟ

ଓଡ଼ିଶା ଓପନ୍ ଗ୍ରାଣ୍ଡମାଷ୍ଟର୍ସ ଚେସ୍: ଫକିର ମିଳିତ ଆଗୁଆ

ଭୁବନେଶ୍ବର: ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୨ରେ ଚାଲିଥିବା ଓଡ଼ିଶା ଓପନ୍ ଗ୍ରାଣ୍ଡମାଷ୍ଟର୍ସ ଚେସ୍ ମହୋତ୍ସବର ‘ବି’ ବର୍ଗର ଅଷ୍ଟମ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଓଡ଼ିଆ ପୁଅ ଫକିର ମାଝୀ ଯୁଗ୍ମ ଶୀର୍ଷରେ ରହିଛନ୍ତି। ଫକିରଙ୍କ ସହ ମହାରାଷ୍ଟ୍ରର ଓଁକାର କାଡ଼ଭ, ବିହାରର ମୋହିତ କୁମାର ସୋନି ମିଳିତ ଭାବେ ୭ ପଏଣ୍ଟ୍ ପାଇଛନ୍ତି। ଦୁଇ ଓଡ଼ିଶା ଖେଳାଳି ତଲିନ ତନ୍ମୟ ବେହେରା ଓ ମନିଷ ମିଶ୍ର ସମାନ ୬.୫ ପଏଣ୍ଟ୍ ପାଇ ମିଳିତ ଦ୍ବିତୀୟରେ ରହିଛନ୍ତି।

ଓଡ଼ିଶାର ପ୍ରତ୍ୟୁଷ ନାୟକ, ସୁଧୀର କୁମାର ବେହେରା, ମାନସ ରଂଜନ ମହାରଣା, ଶ୍ରୀହନ ସାବତ, ନରେନ୍ଦ୍ର ବେହେରା, ବିନାୟକ ରଥ ମିଳିତ ତୃତୀୟରେ ଥିବା ୧୧ ଜଣିଆ ତାଲିକାରେ ସାମିଲ ଅଛନ୍ତି। ପ୍ରତିଯୋଗିତାର ମୁଖ୍ୟ ଗ୍ରାଣ୍ଡମାଷ୍ଟର୍ ତଥା ‘ଏ’ ବର୍ଗରେ ୪ ପଏଣ୍ଟ ସହ ୪ ଜଣ ଶୀର୍ଷରେ ଅଛନ୍ତି। ଭିଏତ୍‌ନାମ୍‌ର ନ୍ୟୁଗେନ କ୍ବାକ୍‌ ହାଏ, ଭାରତୀୟ ଆଇଏମ୍‌ କୁଶାଗ୍ର ମୋହନ, ବିଘ୍ନେଶ ଅଦୈଥ ଭେମୁଲା, ବେଲାରୁସ୍ ଗ୍ରାଣ୍ଡମାଷ୍ଟର୍‌ ଆଲେକ୍ସି ଫେଡୋରୋଭ ଏହି ସୁଯୋଗ ହାତେଇଛନ୍ତି। ପ୍ରମୁଖ ମାନ୍ୟତାପ୍ରାପ୍ତ ଖେଳାଳି ତଥା ଗ୍ରାଣ୍ଡମାଷ୍ଟର୍‌ମାନେ ପଛରେ ପଡ଼ିଯାଇଛନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button