ରାଜ୍ୟ

ବ୍ୟାସନଗରରେ ଇତିହାସ ରଚିଲା କାଳି ମେଳଣ ଉତ୍ସବ – Ibnodisha

[ad_1]

ଯାଜପୁର: ଯାଜପୁର ଜିଲ୍ଲାର ଚଳିତ ବର୍ଷ ଭସାଣି ଓ ମେଳଣ ଉତ୍ସବ ମlହଲ ରେ ଦୁଇ ଲକ୍ଷ ଦର୍ଶକ ମାନଙ୍କ ମନକୁ ମୋହିଥିଲା l ଏହି ଉତ୍ସବ ଅତିହାସିକ ରଚିଛି l ବୁଧ ବାରେ ଥିଲା ବ୍ୟାସନଗର ର ସହର ର ଜଗତ ଜନନୀ ମା କାଳୀଙ୍କ ମେଲାଣି ଉତ୍ସବ l ଏହି ସହର ରେ 15ଗୋଟି ପୂଜା ମଣ୍ଡପ ରେ ମା କାଳୀ ଙ୍କୁ ବିଭିନ୍ନ ବାଦ୍ୟ ବେଙ୍ଗଲୀ ମାଠିଆ ନ୍ୟୁତ ଅଘୋରୀ ନ୍ୟୁତ ସେଣ୍ଡ ଘୋଡା ନୂତ୍ୟ ଶିବ ତାଣ୍ଡବ ଗୋପାଳ ଓଗାଳ ବିଭିନ୍ନ ନାଚ ସଂକ୍ରିତ ଘଣ୍ଟ ବାଦ୍ୟ ପ୍ରମୁଖ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରଦର୍ଶନ କରା ଯାଇ ଥିଲା l

ଦର୍ଶକ ମନକୁ ମୁଗ୍ଧ କରି ଥିଲା ଗୋପ ବନ୍ଧୁ ଚକ ଚୋରା ଦା ବାଇ ପାସ ଓ ମେଳଣ ପଡିଆ ରେ ଦର୍ଶକ ମାନଙ୍କ ଭିଡ଼ ଜମି ଥିଲା ଗୋପ ବନ୍ଧୁ ଛକ ଠାରୁ ମେଳଣ ପଡିଆ ପର୍ଯ୍ୟନ୍ତ ଦୁଇ କିଲୋମିଟର ପ୍ରସେସନ ରେ ମେଡ଼ ଗୁଡିକ ଯାଇ ମେଳଣ ପଡିଆ ରେ ପଂହଁଚି ଥିଲେ ସେଠାରେ ଚଣ୍ଡୀ କ୍ଲବ ପକ୍ଷରୁ ମେଳଣ ଉତ୍ସବ ଅନୁଷ୍ଠିତ ହୋଇ ଥିଲା l

ଚଣ୍ଡୀ କ୍ଲବ ର ସଭାପତି ପ୍ରମୋଦ ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭା ରେ କଳିଙ୍ଗନଗର ଏଡ଼ିଏମ ସନ୍ତୋଷ କୁମାର ମିଶ୍ର, କୋରେଇ ବିଧାୟକ ଅଶୋକ କୁମାର ବଳ ପୌର ପରିଷଦ ର ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଉପ ନଗର ପାଳ ସୁବାସ ବଳ ଶାନ୍ତି କମିଟି ର ଅଭାହକ ବିଦ୍ୟାଧର ମହାନ୍ତି ବିବେକାନନ୍ଦ ମହାନ୍ତି ପୌର ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରେତ୍ୟକ ପୂଜା କମିଟି ର ସଭାପତି ସମ୍ପାଦକ କଳିଙ୍ଗନଗର ଅତିରିକ୍ତ ଏସପି ଯାଜପୁର ରୋଡ ଏସ ଡିପିଓ ସଞ୍ଜୟ ପଟ୍ଟନାୟକ ଓ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ବ୍ୟାସ ନଗର ଭାଇ ଚାରା ର ସହର ବୋଲି କହି ଥିଲେ ଚଣ୍ଡୀ କ୍ଲବ ର ସମ୍ପାଦକ ଶିଶିର କୁମାର ରାଉତ ମେଳଣ ଆଭିମୂଖ୍ୟ ସମ୍ପର୍କ ରେ ବିବରଣୀ ପାଠ କରି ଥିଲେ ସହର ରେ ଶାନ୍ତି ସୂଂକାଳ ସହ କାଳୀପୂଜା ଓ ମେଳଣ ଉତ୍ସବ ଶେଷ ହୋଇ ଥିବାରୁ ଶାନ୍ତି କମିଟି ର ଅଭାହକ ଜିଲ୍ଲା ପ୍ରଶାସନ ପୋଲିସ କଳିଙ୍ଗନଗର ଏଡି ଏମ ଥାନା ଅଧିକାରୀ ଏସ ଡ଼ି ପିଓ ଓ ପୂଜା କମିଟି ର ସଭାପତି ଓ ସଂପାଦକ ଓ ସହର ବାସୀଙ୍କୁ ଧନ୍ୟବାଦ ଜଣାଇ ଛନ୍ତି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button