ଦେଶ

ଆଇଆରସିଟିସି ଟିକେଟ ବୁକିଂ ଆପ୍‌ ଠପ୍‌, ବୈଷୟିକ ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ – Ibnodisha

[ad_1]

ବ୍ୟୁରୋ : ଟ୍ରେନ ଟିକେଟ ବୁକିଂ ଆପ୍‌ ଆଇଆରସିଟିସି ଠପ୍‌ ହୋଇଛି । ଫଳରେ ଦେଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଟିକେଟ ବୁକିଂ ହୋଇପାରୁନାହିଁ । ଆଇଆରସିଟିସି ବୁକିଂ ଅସ୍ଥାୟୀ ଭାବେ ପ୍ରଭାବିତ ହୋଇଛି ବୋଲି ଟ୍ଵିଟ୍‌ କରି ଜଣାଇଛି । ଖୁବଶୀଘ୍ର ବୁକିଂ ଆରମ୍ଭ ହେବ । ଏବେ ଆଇଆରସିଟିସି ୱେବସାଇଟ ଲଗଇନ୍‌ କରିବା ଦ୍ୱାରା ସୂଚନା ମିଳୁଛି କି, ମେଣ୍ଟେନାନ୍ସ କାମ ପାଇଁ ଇ-ଟିକେଟ ସୁବିଧା ବାଧାପ୍ରାପ୍ତ ହୋଇଛି । ସୁବିଧାର ଲାଭ ଉଠାଇବା ପାଇଁ ପରେ ଚେଷ୍ଟା କରନ୍ତୁ । ଟିକେଟ କ୍ୟାନସେଲ କରିବା ପାଇଁ କଷ୍ଟମର କେୟାର ନଂ ୦୭୫୫-୪୦୯୦୬୦୦ ଅଫିସିଆଲ ମେଲ ଆଇଡକୁ ଯାଇ ସଂପର୍କ କରନ୍ତୁ ।

ଜାଣନ୍ତୁ କିପରି କରିବେ ବୁକିଂ:

-ଆଇଆରସିଟିସି ର ଏହି ମୋବାଇଲ ଆପ୍‌ ରେ ଲଗ୍‌-ଇନ୍‌ କରିବା ପରେ ଆପଣଙ୍କୁ ପ୍ଲାନ ମାଇ ଜରନି ଉପରେ କ୍ଲିକ୍‌ କରିବାକୁ ପଡିବ।

-ଏହାପରେ ସୋର୍ସ ଷ୍ଟେସନ୍‌ ଅର୍ଥାତ କେଉଁଠାରୁ କେଉଁଠଇକୁ ଯିବେ ଲେଖନ୍ତୁ।

-ଏହାପରେ ଆପଣ ଯେଉଁ ଦିନ ଯାତ୍ରା କରିବେ ସେଦିନର ତାରିଖ ପକାନ୍ତୁ।

-ଏହାପରେ ସର୍ଚ୍ଚ ମାଇ ଟ୍ରେନ ଉପରେ କ୍ଲିକ୍‌ କରନ୍ତୁ।

-ଏହାପରେ ଆପଣଙ୍କ ସାମ୍ନାକୁ ଟ୍ରେନର ଲିଷ୍ଟ ଆସିବ। ଅର୍ଥାତ ଟ୍ରେନ୍‌ ନମ୍ବର, ଟ୍ରେନ୍‌ ସମୟ ଏବଂ କେଉଁ ଦିନ ଟ୍ରେନ ଚାଲିବ ଆଦି ସବୁ ତଥ୍ୟ ପାଇପାରିବେ। ଏହାପରେ ଆପଣ ଯେଉଁ ଟ୍ରେନରେ ଟିକେଟ୍‌ କରିବାକୁ ଚାହୁଁଛନ୍ତି ତା’ ଉପରେ ଟ୍ୟାପ୍‌ କରନ୍ତୁ। ଏବେ ଆପଣ ଟ୍ରେନରେ କେଉଁ କୋଚ୍‌ ଅର୍ଥାତ ସ୍ଲିପର କ୍ଲାସ, 2AC ଆଦି ନିଜ ସୁବିଧା ଅନୁସାରେ ଚୟନ କରନ୍ତୁ। ଆପଣ କୋଚ୍‌ ଚୟନ କରିବା ପରେ ହିଁ କେତିକି ସିଟ୍‌ ଖାଲି ରହିଛି ଏବଂ କେତେ େଓ୍ଵଟିଂ ଅଛି ଜାଣିପାରିବେ।

-ଟ୍ରେନ୍‌ ଏବଂ କୋଚ୍‌ ଚୟନ କରିବା ପରେ ଆପଣଙ୍କୁ ଯାତ୍ରୀଙ୍କ ଡିଟେଲ୍ସ ଦେବାକୁ ପଡିବ।

-ଟିକେଟ୍‌ ବୁକିଂ ପାଇଁ ଆପଣ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାକିଂ, ୟୁପିଆଇ ସମେତ ଅନ୍ୟ ଉପାୟରେ ଟଙ୍କା ଜମା କରିପାରିବେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button