ରାଜ୍ୟ
ପବିତ୍ର ତୁଳସୀ ଓ ଶାଳଗ୍ରାମ ଙ୍କ ବିବାହରେ ତୁଳସୀଙ୍କୁ ଏହିସବୁ ବସ୍ତୁ ଅର୍ପଣ କରିବା ସହିତ ପାଠ କରନ୍ତୁ ଏହି ଦିବ୍ୟ ମନ୍ତ୍ର, ଦୂର ହେବ ସମସ୍ତ କ୍ଳେଶ
ଶାଳଗ୍ରାମ ଙ୍କ ସହିତ ତୁଳସୀଙ୍କ ବିବାହ ଗୋଟିଏ ପବିତ୍ର ପରମ୍ପରା ଆଜି ମଧ୍ୟ ଆମ ହିନ୍ଦୁ ଧର୍ମରେ ରହିଛି, ଯାହାକୁ କାର୍ତିକମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ପାଳନ କରାଯାଇ ଥାଏ l ବିଶେଷତଃ ଆଜିର ଦିନଟି ହେଉଛି ଗରୁଡ଼ ଦ୍ୱାଦଶୀ l ଏହି ଦିନଟି ହିନ୍ଦୁ ଧର୍ମରେ ଗୋଟିଏ ମୁଖ୍ୟ ଦିନ ହୋଇଥାଏ lଆଜିର ଦିନରେ ମା ବୃନ୍ଦାବତୀ ଙ୍କୁ ଶଙ୍ଖା ସିନ୍ଦୁର ନାଲି ବସ୍ତ୍ର ଇତ୍ୟାଦି ସାମଗ୍ରୀ ଅର୍ପଣ କରାଯିବାର ବିଧାନ ରହିଛି l ଏବଂ ପୂଜା ପରେ ଏହିସବୁ ବସ୍ତୁ କୁ ସଧବା ନାରୀଙ୍କୁ ଅର୍ପଣ କରି ଦିଅନ୍ତୁ l ଏହାଦ୍ୱାରା ସ୍ୱାମୀଙ୍କ ରିଷ୍ଟ ଖଣ୍ଡନ ହୋଇଥାଏ ଏବଂ ସମସ୍ତ କଷ୍ଟ ନିବାରଣ ହୋଇଥାଏ l ଏହାଛଡା ପରିବାରର ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ଘରର ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l
= ଆଜିର ଦିନ ମା ତୁଳସୀଙ୍କ ନିକଟରେ ଘିଅରେ ଅଖଣ୍ଡ ଦୀପ ଜଳାଇବା ଦ୍ୱାରା ଘରର ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ଏବଂ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ l ଆଜିର ଦିନରେ ମା ତୁଳସୀଙ୍କୁ ବଧୂ ବେଶରେ ସଜାଇ ଦେଇ ନିଜ ପରିବାର ସହିତ ମଙ୍ଗଳାଷ୍ଟକ ପାଠ କରନ୍ତୁ, ଏହା ସ୍ୱାମୀ ସ୍ତ୍ରୀଙ୍କ ସମ୍ବନ୍ଧ ରେ ମଧୁରତା ବୃଦ୍ଧି କରିଥାଏ l
= ଯଦି ଜୀବନରେ କୌଣସି ଅଜଣା ଭୟ ରହିଛି କିମ୍ବା ଗ୍ରହ ଦୋଷ କାରଣରୁ ଉନ୍ନତି ରେ ବାଧା ଆସୁଛି ତେବେ ତୁଳସୀ ବିବାହ ଦିନ ଗୋଟିଏ ହଳଦିଆ ସୂତାରେ ୧୦୮ ଟି ଗଣ୍ଠି ପକାଇ ଏହାକୁ ମା ବୃନ୍ଦାବତୀ ଙ୍କୁ ଅର୍ପଣ କରି ଦିଅନ୍ତୁ l ଏହାଦ୍ୱାରା ସମସ୍ତ ଅସୁବିଧା ଦୂର ହେବ ଏବଂ ଭୟ ଦୂର ହେବ l