ଦେଶ

୭ ମହଲା କୋଠାରେ ଲାଗିଲା ନିଆଁ, ବିକଳରେ ବେଡସିଟ୍ ଗୁଡାଇ ତଳକୁ ଡେଇଁଲେ ଲୋକେ – Ibnodisha

[ad_1]

ସୋନିପଥ : ହରିୟାଣାର ସୋନିପଥ ଜିଲ୍ଲାରେ ଥିବା ଏକ ଆପାର୍ଟମେଣ୍ଟର ୭ ମହଲାରେ ଲାଗିଲା ଭୀଷଣ ନିଆଁ । ବିକଳରେ ଲୋକେ ବେଡସିଟ ଓ ଲୁଗା ଗୁଡାଇ ହୋଇ ତଳକୁ ଖସୁଥିବାର ଦେଖିବାକୁ ମିିଳିଥିଲା । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ । ସୋନପଥ ନ୍ୟାସନାଲ ହାଇୱେ କଡରେ ଥିବା ଏକ୍ସପ୍ରେସ୍ ଗ୍ରୀନ୍ ନାମକ ସୋସାଇଟିର ସି ବ୍ଲାକ୍ ୭ ମହଲା କୋଠାରେ ନିଆଁ ଲାଗିବାରୁ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ଏକାଧିକ ଲୋକ ପୋଡି ଆହତ ହୋଇଥିବା ଖବର ରହିଛି । ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ବିଲ୍ଡିଂ ଭିତରେ ୫୦ରୁ ଅଧିକ ଲୋକ ଫଶି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଚାଲିଥିବା ଜଣାପଡିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button