ଦେଶ

ପୁଣି ବଢିଲା ସୁନା ଦର – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପୁଣି ବଢିଲା ସୁନା ଦର। ପ୍ରଥମ ଥର ପାଇଁ ୭୦ହଜାରରୁ ଅଧିକ ଦର ଅତିକ୍ରମ କରିଛି ସୁନା। ସେହିପରି ରୂପା ମୂଲ୍ୟ ୮୧ହଜାରରୁ ଅଧିକ ହୋଇଛି। ବର୍ତ୍ତମାନ ବଜାରରେ ୨୨କ୍ୟାରେଟ୍‌‌ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୬୪ହଜାର ୭୭୨ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୭୦,୬୬୦ଟଙ୍କାରେ ପହଞ୍ଚିଛି। ରୂପା ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ଏହା କିଲୋଗ୍ରାମ ପିଛା ୮୧ହଜାର ୧୩୦ ଟଙ୍କା ହୋଇଛି। ଏହି ସପ୍ତାହରେ ସମସ୍ତ ଧାତୁର ମୂଲ୍ୟ ବୃଦ୍ଧି ଘଟିଛି। ଗତ ସପ୍ତାହରେ ସୁନା ମୂଲ୍ୟ ୨୪୪୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ମୂଲ୍ୟ ୫ହଜାର ୮୬୦ଟଙ୍କା ବୃଦ୍ଧି ପାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button