ଦେଶ

ଚୀନ୍‌ ଓ ପାକିସ୍ତାନ ପ୍ରତି ଧ୍ୟାନ ଦେଇ ଶ୍ରୀନଗରରେ ଉନ୍ନୀତ ମିଗ୍‌-୨୯ ଲଢୁଆ ଜେଟ୍‌ ମୁତୟନ କଲା ଭାରତ – Ibnodisha

[ad_1]

ଶ୍ରୀନଗର: ଚୀନ୍‌ ଓ ପାକିସ୍ତାନ ପଟୁ ଥିବା ସମ୍ଭାବ୍ୟ ବିପଦର ମୁକାବିଲା କରିବା ଉଦ୍ଦେଶ୍ୟରେ ଭାରତ ଶ୍ରୀନଗରସ୍ଥିତ ବିମାନ ଘାଟିରେ ଉନ୍ନୀତ ‘ମିଗ୍‌-୨୯’ ଲଢୁଆ ଜେଟ୍‌ ବିମାନ ମୁତୟନ କରିଥିବା କଥା ‘ଏଏନ୍‌ଆଇ’ ରିପୋର୍ଟ କରିଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ବିମାନଘାଟିରେ ‘ମିଗ୍‌-୨୧’ ଲଢୁଆ ଜେଟ୍‌ ମୁତୟନ କରାଯାଉଥିଲା। ‘ଉତ୍ତରର ପ୍ରତିରକ୍ଷାକାରୀ’ ଭାବେ ସୁପରିଚି ‘ଦି ଟ୍ରିଡେଣ୍ଟ୍‌ ସ୍କ୍ବାର୍ଡନ୍‌’ ସମ୍ପ୍ରତି ଏହି ଘାଟିରେ ନିଜର ଆସ୍ଥାନ ଜମାଇଛି। ପାକିସ୍ତାନ ପଟୁ ବିପନ୍ନ ହେଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ଦୃଷ୍ଟି ରଖିବା ପାଇଁ ଏହି ସ୍କ୍ବାର୍ଡନ୍‌କୁ ଦାୟିତ୍ବ ଦିଆଯାଇଛି।

Image Courtesy of NDTV

ଗଣମାଧ୍ୟମକୁ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ୍‌ ଲିଡର୍‌ ବିପୁଳ ଶର୍ମା କହିଛନ୍ତି, ଶ୍ରୀନଗର କଶ୍ମୀର ଉପତ୍ୟକାର ମଧ୍ୟ ଭାଗରେ ଅବସ୍ଥିତ। ଏହାର ଚତୁଃପାର୍ଶ୍ବରେ ଥିବା ସମତଳ ଅଞ୍ଚଳ ଅପେକ୍ଷା ଉଚ୍ଚ ପଥୁରିଆ ଅଞ୍ଚଳର ବୈଶିଷ୍ଟ୍ୟ ଅଧିକ। ତେଣୁ, ରଣନୈତିକ ଦୃଷ୍ଟିକୋଣରୁ ଏଠାରେ ଏହି ପ୍ରକାର ଲଢୁଆ ବିମାନ ମୁତୟନ କରାଯିବାର ଗୁରୁତ୍ବ ରହିଛି। ଏହାଛଡ଼ା, ଏଠାରୁ ସୀମାନ୍ତ ନିକଟ ହୋଇଥିବାରୁ ବିମାନ ଆକ୍ରମଣ ଓ କ୍ଷେପଣାସ୍ତ୍ର ଆକ୍ରମଣ ପ୍ରତିହତ କରିବା ଲାଗି ‘ମିଗ୍‌-୨୯’ ଜେଟ୍‌ ହିଁ ଏକମାତ୍ର ବିକଳ୍ପ।

ଏହାଛଡ଼ା, ‘ମିଗ୍‌-୨୧’ ଜେଟ୍‌ ଅପେକ୍ଷା ‘ମିଗ୍‌-୨୯’ ବିମାନରେ ଅନେକ ପ୍ରକାର ସୁବିଧା ରହିଛି। ଆକାଶରୁ ଆକାଶକୁ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ ଏବଂ ଆକାଶରୁ ଭୂପୃଷ୍ଠକୁ ଅସ୍ତ୍ର ନିକ୍ଷେପ ସମେତ ଆହୁରି କିଛି ବ୍ୟବସ୍ଥା ‘ମିଗ୍‌-୨୯’ରେ ରହିଛି। ଯୁଦ୍ଧ ସମୟରେ ‘ମିଗ୍‌-୨୯’ ଶତ୍ରୁ ପକ୍ଷର ଲଢୁଆ ବିମାନକୁ ‘ଜାମ୍‌’ କରିଦେଇ ପାରିବ। ‘ନାଇଟ୍‌ ଭିଜନ୍‌ ଗଗଲ୍‌ସ୍‌’ ପିନ୍ଧି ଏହାକୁ ରାତିରେ ମଧ୍ୟ ଯୁଦ୍ଧ ପାଇଁ ବ୍ୟବହାର କରାଯାଇ ପାରିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button