ଦେଶ

ଅଶାନ୍ତ ମଣିପୁର; ସୁରକ୍ଷାକର୍ମୀ ଓ ଉପଦ୍ରବୀଙ୍କ ମଧ୍ୟରେ ଗୁଳି ବିନିମୟ, ୮ ମୃତ – Ibnodisha

[ad_1]

ଇମ୍ଫାଲ: ଅଶାନ୍ତ ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମୈତେଇ ବହୁଳ ବିଷ୍ଣୁପୁର ଜିଲ୍ଲାରେ ଗତକାଲି(ଗୁରୁବାର) ପୁଣିଥରେ ହିଂସାକାଣ୍ଡ ଘଟିଛି । ବିଷ୍ଣୁପୁରର ଥମାନପୋକପି ଅଞ୍ଚଳରେ ସୁରକ୍ଷା ବଳ ଓ କୁକି ସମ୍ପ୍ରଦାୟର ଉପଦ୍ରବୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ଏଥିରେ ୮ ଜଣଙ୍କ ଜୀବନ ଯାଇଛି ଏବଂ ଦୁଇ ଜଣ ସୁରକ୍ଷାକର୍ମୀଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ୬ ଜଣ କୁକି ସମ୍ପ୍ରଦାୟର ବୋଲି ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ଗତକାଲି ବିଷ୍ଣପୁରରେ ମୋର୍ଟାର ଓ ଗୁଳିମାଡ ହୋଇଥିଲା ।

ସ୍ଥାନୀୟ ମିଡିଆ ଅନୁସାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରେ ୬ ଜଣ କୁକି ଉପଦ୍ରବୀ, ଜଣେ କୃଷକ ଓ ଆଉ ଜଣେ ସାଧାରଣ ଲୋକ ରହିଛି । ଏହି ହିଂସାରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଗତ ଦୁଇ ଦିନ ହେଲାଣି କୁକି ସମ୍ପ୍ରଦାୟର ବିଦ୍ରୋହୀ ବିଷ୍ଣୁପୁର ଓ କଙ୍ଗ ଭାଇ ଅଞ୍ଚଳରେ ଆଖିବୁଜା ଗୁଳିମାଡ କରୁଛନ୍ତି । ଯେଉଁ କାରଣରୁ ଉକ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବଳ ମୁତୟନ କରାଯାଇଛି । ଏହାସହିତ ମଣିପୁର ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ କରିବାକୁ ଅଭିଯାନ ଜାରି ରଖିଛନ୍ତି । ଗତ ୨୪ ଘଣ୍ଟାରେ ପୋଲିସ ପକ୍ଷରୁ ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଓ ବିସ୍ଫୋରକ ଜବତ କରାଯାଇଥିବା ବେଳେ ବର୍ତ୍ତମାନ ଥୌବାଲ, କାଙ୍ଗପୋକପି, ଚୁରାଚାନ୍ଦପୁର ଏବଂ ଇମ୍ଫାଲ-ୱେଷ୍ଟ ଜିଲ୍ଲାରେ ଏହି ଅପରେସନ ଜାରି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button