ଦେଶ

ପ୍ରେମିକଙ୍କୁ ବିବାହ କରିବାର ୧୮ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା – Ibnodisha

[ad_1]

ନୂଆଦିଲ୍ଲୀ: ଆମେରିକାର କନେକ୍ଟିକଟ ରାଜ୍ୟରେ ୨୦୧୭ ଡିସେମ୍ବର ୨୨ ତାରିଖରେ ଏକ ପ୍ରେମୀଯୁଗଳଙ୍କୁ ନେଇ ଦୁଃଖଦ ଘଟଣା ଘଟିଥିଲା । ସେ ସମୟରେ ଉକ୍ତ ପ୍ରେମୀଯୁଗଳଙ୍କ ପ୍ରେମ ଓ ବିବାହ ଖୁବ ଚର୍ଚ୍ଚାରେ ଥିଲା । ଦୁହିଁଙ୍କ ବିବାହର କିଛି ଫଟୋ ଓ କାହାଣୀ ସୋସିଆଲ ମିଡିଆ ଏକ୍ସରେ ଅ ପିକ୍ଚର୍ସ ଫୋଇଡର ଦ୍ୱାରା ପୋଷ୍ଟ କରାଯାଇଥିଲା । ଯାହାକି ପୁଣିଥରେ ଭାଇରାଲ ହୋଇଛି । ଏହି ଘଟଣାଟି ହେଉଛି ଏପରି, ଆମେରିକାର କନେକ୍ଟିକଟ ରାଜ୍ୟରେ ହେଥର ମୋଶେର ନାମ ମହିଳା ବସବାସ କରୁଥିଲେ । ହେଥର ଡେଭିଡ ନାମକ ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ । ଏହାରି ଭିତରେ ହେଥର ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ । ଏହାପରେ ସେ ଡେଭିଡଙ୍କ ଠାରୁ ଦୂରେଇ ଯିବାକୁ ଚାହିଁଥିଲେ। କାରଣ ସେ ନିଜ ପାଇଁ ପ୍ରେମିକଙ୍କ ଜୀବନକୁ ନଷ୍ଟ କରିବାକୁ ଚାହୁଁ ନଥିଲେ । ତେବେ ଡେଭିଡ଼ ବି ହେଥରଙ୍କ ସ୍ଭଭାବ କାହିଁକି ହଠାତ ଏମିତି ପରିବର୍ତ୍ତନ ହୋଇଥିଲା ତାହାର କାରଣ ଖୋଜିଥିଲେ ଆଉ ପାଇ ଯାଇଥିଲେ ।

ଏହାପରେ ସେ ହେଥରଙ୍କ ପାଖକୁ ଯାଇ ଆଲିଙ୍ଗନ କରି ଖୁବ କାନ୍ଦିଥିଲେ । କିଛିଦିନ ପରେ ହେଥରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଯେଉଁ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଏହାରି ଭିତରେ ଡାକ୍ତର ମହିଳାଙ୍କ ପରିବାରଲୋକଙ୍କୁ କହି ଦେଇଥିଲେ କି ହୋଇପାରୁଛି ଯଦି ହେଥରଙ୍କ କ’ଣ କ’ଣ ଶେଷ ଇଚ୍ଛା ଅଛି ତାହାକୁ ପୁରଣ କରି ଦିଅନ୍ତୁ । ହେଥରଙ୍କୁ ଶେଷ ଇଚ୍ଛା ପଚରା ଯିବାର ସେ ଡେଭିଡଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଏହାପରେ ପରିବାରଲୋକ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ହେଥର ଓ ଡେଭିଜଙ୍କ ବିବାହ କରାଇଥିଲେ । ଏହି ବିବାହର ୧୮ଘଣ୍ଟା ପରେ ହେଥର ଦୁନିଆକୁ ଅଲବିଦା କହି ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button