ରାଜ୍ୟ

୧୫ ହଜାର ବିଦ୍ୟାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଲେ ୫-ଟି ଅଧ୍ୟକ୍ଷ – Ibnodisha

[ad_1]

ବ୍ରହ୍ମପୁର: ବିଦ୍ୟାର୍ଥୀ ରାଜ୍ୟର ଭବିଷ୍ୟତ । ସେମାନଙ୍କ ଉନ୍ନତି ସହ ରାଜ୍ୟର ଉନ୍ନତି ଯୋଡ଼ି ହୋଇ ରହିଛି । ଯୁବ ସମାଜ ଆଗକୁ ବଢ଼ିଲେ ରାଜ୍ୟର ବିକାଶ ସମ୍ଭବ ହୋଇପାରିବ । ବିଦ୍ୟାର୍ଥୀମାନେ କେବଳ ପାଠପଢ଼ା ନୁହେଁ, କ୍ରୀଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବି ନିଜର ପରାକାଷ୍ଠା ପ୍ରଦର୍ଶର୍ନ କରିପାରିବେ । ରାଜ୍ୟ ସରକାର ବିଦ୍ୟାର୍ଥୀଙ୍କୁ ସମସ୍ତ ସୁବିଧା ଯୋଗାଇଛନ୍ତି । ଏହାର ସଦ୍‌ବିନିଯୋଗ କରିବାକୁ ଯୁବ ସମାଜକୁ ଆଗକୁ ଆସିବାକୁ ଆହ୍ୱାନ ଦେଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କାର୍ତ୍ତିକେୟ ପାଣ୍ଡିଆନ୍ । ଆଜି ସ୍ଥାନୀୟ ଆମ୍ବପୁଆ ବିବେକ ବିହାର ପଡ଼ିଆ ଆୟୋଜିତ ନୁଆ-ଓ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟର ପ୍ରାୟ ୧୫ ହଜାର ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।

ଶ୍ରୀ ପାଣ୍ଡିଆନ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିବା ସହ ଅନେକ ବିଦ୍ୟାର୍ଥୀଙ୍କୁ ଅଟୋଗ୍ରାଫ ପ୍ରଦାନ କରିଥିବା ପରିଲକ୍ଷିତ ହୋଇଛି । ସୂଚନାଯୋଗ୍ୟ ଯେ ଏହି ସମାବେଶରେ ବହୁ ସଂଖ୍ୟକ ବିଦ୍ୟାର୍ଥୀ ଯେଭଳି ଭାବେ ଯୋଗ ଦେଇପାରିବେ ସେ ନେଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବିଦ୍ୟାର୍ଥୀ ମାନେ ନିଜ ମହାବିଦ୍ୟାଳୟରୁ ଏଠାକୁ ଗାଡି ଯୋଗେ ଆସିବା ସହ ପୁଣି ଗାଡ଼ିରେ ଫେରିବାର ବ୍ୟବସ୍ଥା କରାଯାଇଥିଲା । ଏହି ସମାବେଶ ଆରମ୍ଭ ହେବା ପୂର୍ବରୁ ସିଟି କଲେଜ ଠାରେ ଆୟୋଜିତ ହେଲିପ୍ୟାଡରେ ଶ୍ରୀ ପାଣ୍ଡିଆନଙ୍କୁ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଏମସି ମେୟର ସଂଘମିତ୍ରା ଦଳେଇ, ରାଜ୍ୟ କାଜୁ ବୋର୍ଡ ଅଧ୍ୟକ୍ଷ ସୁବାଷ ମହାରଣାଙ୍କ ସମେତ ଜିଲ୍ଳ।।ପାଳ ଦିବ୍ୟ ଜ୍ୟୋତି ପରିଡ଼ା ପ୍ରମୁଖ ସ୍ୱାଗତ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button