ଦେଶ

ବୋହୂର ଚରମ ନିଷ୍ପତ୍ତି: ଶାଶୁ ଲଗାଇଲେ ମେକଅପ୍‌, ସ୍ୱାମୀଙ୍କୁ ଦେଲେ ଛାଡ଼ପତ୍ର – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆଗ୍ରାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ବୋହୂର ମେକଅପ ଶାଶୁ ବ୍ୟବହାର କରିବାରୁ ସ୍ୱାମୀକୁ ମହଙ୍ଗା ପଡିଛି । ବୋହୂର ବିନା ଅନୁମତିରେ ତାଙ୍କ ମେକଅପ ସାମଗ୍ରୀ ଶାଶୁ ବ୍ୟବହାର କରିବାରୁ ମହିଳା ଜଣଙ୍କ ଛାଡ୍ରପତ୍ର ଆବେଦନ କରିଛନ୍ତି । ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ମୋର ଶାଶୁ ମୋ ବିନାଅନୁମତିରେ ମେକଅପ ବ୍ୟବହାର କରୁଥିଲେ । ଏହା ଜାଣିବା ପରେ ଶାଶୁଙ୍କ ସହ ମୋର ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମୋ ସ୍ୱାମୀ ମୋତେ ଏବଂ ମୋର ଭଉଣୀଙ୍କୁ ଘରୁ ବାହାର କରି ଦେଇଛନ୍ତି ।

ସମ୍ପୃକ୍ତ ମହିଳା ଓ ତାଙ୍କ ଉଭଣୀ ମାଲପୁରାର ବାସିନ୍ଦା । ଉଭୟ ଗୋଟିଏ ପରିବାରର ଦୁଇ ଭାଇଙ୍କୁ ଗତ ୮ ମାସ ତଳେ ବିବାହ କରିଥିଲେ । ପରିବାରରେ ସବୁ କିଛି ଭଲ ଚାଲିଥିଲା । କିନ୍ତୁ ଯେତେବେଳେ ମହିଳା ଜଣଙ୍କ ଶାଶୁ ତାଙ୍କ ମେକଅପ ଲଗାଉଥିବା ଜାଣିବାକୁ ପାଇଲେ ତା ପରଠାରୁ ଘରେ ଅଶାନ୍ତି ଲାଗି ରହିଥିଲା । ଯେତେବେଳେ ମୁଁ କେଉଁ ପାର୍ଟିକୁ ଯାଏ ମେକଅପ ନିଏନାହିଁ । କାରଣ ମୋ ଶାଶୁ ମୋ ମେକଅପ ବ୍ୟବହାର କରୁଥିଲେ । ମହିଳା ଜଣକ ଆଗ୍ରା ପୋଲିସର ‘ପରିବାର ପରାମର୍ଶ କେନ୍ଦ୍ର’ କୁ କହିଛନ୍ତି ଯେ, ତାଙ୍କ ଶାଶୁ ଘର ଭିତରେ ମେକଅପ୍ ହୁଅନ୍ତି ।

ଏହା ଜାଣିବା ପରେ ସେ ମାଲପୁରା ପୋଲିସ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ମହିଳା ଜଣଙ୍କ କହିଛନ୍ତି, ମୋ ଶାଶୁ ଘରେ ଥିବା ସମୟରେ ମେକଅପ ହୁଅନ୍ତି । ଯେତେବେଳେ ମୁଁ ତାଙ୍କୁ ମନା କରେ ଶାଶୁ ଝଗଡା କରନ୍ତି । ଏନେଇ ସେ ସ୍ୱାମୀଙ୍କୁ ଜଣାଇଥିଲେ । ପରେ ସେ ମୋତେ ଅନେକ ସମୟରେ ଗାଳିଗୁଲଜ କରିଥିଲେ । ପରିସ୍ଥିତି ବିଗିଡ଼ିବା ପରେ ମୋତେ ଓ ମୋ ଭଉଣୀଙ୍କୁ ସ୍ୱାମୀ ଘରୁ ବାହାର କରି ଦେଇଛନ୍ତି । ଦୁଇ ମାସ ହେଲା ଆମେ ବାପା ଘରେ ରହୁଛୁ । ରବିବାର ଦିନ ମହିଳା ଏବଂ ତାଙ୍କ ଶାଶୁଙ୍କୁ ପରିବାର ପରାମର୍ଶ କେନ୍ଦ୍ରକୁ ଡକାଯାଇ ବୁଝାସୁଝା କରାଯାଇଥିଲା । କିନ୍ତୁ ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେବା ପାଇଁ ଜିଦ ଧରିଛନ୍ତି । ଦୀର୍ଘ ଧିନ ଧରି ବିନା ଅନୁମତିରେ ଶାଶୁ ବୋହୂର ମେକଅପ ବ୍ୟବାହର କରୁଥିବା ମହିଳା ଜଣଙ୍କ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button