ବିଶ୍ୱକପ୍ ୨୦୨୩ ସେମିଫାଇନାଲରେ ପହଁଞ୍ଚିବେ ଏହି ୪ ଦଳ ! – Ibnodisha
[ad_1]
ନୂଆଦିଲ୍ଲୀ: ଆଉ ଦୁଇ ଦିନ ପରେ ଭାରତରେ ଆରମ୍ଭ ହେବ ICC ବିଶ୍ୱକପ୍ ୨୦୨୩। ନଭେମ୍ବର ୧୯ ତାରିଖରେ ବିଶ୍ବକପ ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ସମସ୍ତ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଛି । ଅଧିକାଂଶ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସୁଥିବା ଯେ, କେଉଁ ୪ଟି ଦଳର ବିଶ୍ୱକପ ସେମିଫାଇନାଲ ବା ଟପ୍- ୪ରେ ସାମିଲ ହେବା ନେଇ ଅଧିକ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କ’ଣ ପୂର୍ବାନୁମାନ କରିଛନ୍ତି ୨ ମହାନ ଖେଳାଳି ।
ଦୁଇ ଦିନ ପରେ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ମାନଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିିଳିବ। ବିଶ୍ୱକପ୍ରେ ଭାରତ ଅନ୍ୟତମ ଶ୍ରେଷ୍ଠ ଦଳ ହୋଇଥିବା ବେଳେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ମଧ୍ୟ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ତେବେ ନିକଟରେ ଏକ ସାକ୍ଷାତକାରରେ ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଓ ପୂର୍ବତନ ବୋଲର ହରଭଜନ ସିଂଙ୍କୁ ଚଳିତ ସିଜନର ଟପ୍-୪ ଟିମ ବିଷୟରେ ପ୍ରଶ୍ନ କରାଯାଇଥିଲା । ଯାହାର କିଛି ଏପରି ଉତ୍ତର ଦେଇଥିଲେ ଏହି ଦୁଇ ଖେଳାଳି ।
[ad_2]