ଦେଶ

ଅଟାରୀ-ୱାଘା ସୀମାରେ ଲାଗିଲା ଭାରତର ଉଚ୍ଚତମ ଜାତୀୟ ପତାକା – Ibnodisha

[ad_1]

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦେଶର ସବୁଠାରୁ ଉଚ୍ଚ ତ୍ରିରଙ୍ଗା ପତାକା ସ୍ଥାପନ କରିବାକୁ ଯାଉଛନ୍ତି। ଏହି ପତାକାର ଅନେକ ଖାସିୟତ୍‌ ରହିଛି, ଯାହାକି ଏହାକୁ ବହୁତ ସ୍ୱତନ୍ତ୍ର କରିଛି। ଏହି ତ୍ରିରଙ୍ଗା ପତାକାକୁ ପାକିସ୍ତାନ ସୀମା ଭିତରର ବହୁତ ଦୂରରୁ ମଧ୍ୟ ଦେଖାଯାଇ ପାରିବ। ଏହାର ଉଚ୍ଚତା ୪୦ ମହଲା ବିଲ୍ଡିଂ ବରାବର ହେବ ଏବଂ ପତାକାର ପରିସର ପ୍ରାୟ ୧୦୦୦ ଗଜ ହେବ।
ଗୁରୁବାର ନିତିନ ଗଡକରୀ ଏଠାରେ ଉଚ୍ଚତମ ତ୍ରିରଙ୍ଗା ପତାକା ଉଡ଼ାଇବେ। ପ୍ରଥମେ ଅଟାରୀ-ୱାଘା ସୀମାରେ ଭାରତ ତ୍ରିରଙ୍ଗା ପତାକା ଉଡ଼ାଇଥିଲା, ଯାହା ପାଖାପାଖି ୩୬୦ ଫୁଟ ଉଚ୍ଚ ଥିଲା। ଏହାପରେ ପାକିସ୍ତାନ ପତାକା ସ୍ଥାପନ କରିଥିଲା, ଯାହା ପ୍ରାୟ ୪୦୦ ଫୁଟ ଥିଲା। ଆଉ ବର୍ତ୍ତମାନ ଭାରତ ଏଠାରେ ଉଚ୍ଚତମ ପତାକା ସ୍ଥାପନ କରୁଛି, ଯାହା ପାକିସ୍ତାନର ପତାକାଠାରୁ ପାଖାପାଖି ୧୮ ଫୁଟ ଉଚ୍ଚ ହେବ।
ଏହି ତ୍ରିରଙ୍ଗା ପତାକାର ଉଚ୍ଚତା ରଖାଯାଇଛି ୪୧୮ ଫୁଟ। ଏହାକୁ ପୁରୁଣା ପତାକାଠାରୁ ଅଳ୍ପ ଦୂରରେ ସ୍ଥାପନ କରାଯାଇଛି, ଯାହାକି ସ୍ୱର୍ଣ୍ଣ ଦ୍ୱାରର ଠିକ୍‌ ସମ୍ମୁଖରେ ରହିଛି। ପାକିସ୍ତାନ ସୀମା ଭିତରର ଅନେକ କିଲୋମିଟର ଦୂରରୁ ଏହି ପତାକା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିପାରିବ। ଏହି ପତାକା ତିଆରିରେ ୯୦ କିଲୋଗ୍ରାମ କପଡା ବ୍ୟବହୃତ ହୋଇଛି। ଅଟାରୀ-ୱାଘା ସୀମାରେ ଉଡ଼ିବା ପାଇଁ ପାଞ୍ଚଟି ତ୍ରିରଙ୍ଗା ପତାକା ଏଠାରେ ରଖାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button