ଦେଶ

ମୋଦୀ-ଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ନାଁରେ ଏଫଆଇଆର ରୁଜୁ କଲା ପୁଲିସ – Ibnodisha

[ad_1]

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ପକ୍ଷରୁ ଏଫଆଇଆର ଦାଏର କରାଯାଇଛି। ମଙ୍ଗଳବାର ଏ ସମ୍ପର୍କରେ ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ଥାନୀୟ ସୁରପୁର ‌ପୁଲିସ ଷ୍ଟେସନରେ ଏଫଆଇଆର ଦାଏର ହୋଇଛି। ଅଭିଯୁକ୍ତ ହାତରେ ଖଣ୍ଡା ଧରି ମୋଦୀ ଏବଂ ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ ଦେବା ସହ ଏହାର ଭିଡ଼ିଓ ମଧ୍ୟ କରିଥିଲେ। ପରେ ମହମ୍ମଦ ରସୁଲ କାଦାରେ ନାମକ ଏହି ଅଭିଯୁକ୍ତ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। କଂଗ୍ରେସ ସରକାର କ୍ଷମତାକୁ ଆସିଲେ ମୋଦୀ ଏବଂ ଯୋଗୀଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ତନାଘନା ଆରମ୍ଭ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଏବଂ ଅସ୍ତ୍ରଶସ୍ତ୍ର ଧାରା ୫୦୫(୧)(ବି) ଏବଂ ୨୫(୧)(ବି) ଅନ୍ତର୍ଗତ ମାମଲା ରୁଜୁ କରାଯାଇଥିବା ପୁଲିସ ସୂଚନା ଦେଇଛି। ନିଜ ମୋବାଇଲ ଫୋନ ଦ୍ବାରା ଭିଡ଼ିଓ କରି ଅଭିଯୁକ୍ତ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଭିଡ଼ିଓରେ ମୋଦୀ ଏବଂ ଯୋଗୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥିବା ପୁଲିସ କହିଛି। ଅଭିଯୁକ୍ତ ୟାଦଗିରି ଜିଲ୍ଲାର ରଙ୍ଗାପେଟ ଅଞ୍ଚଳର ବାସିନ୍ଦା। ସେ ହାଇଦ୍ରାବାଦରେ ଦିନ ମଜୁରିଆ ଭାବେ କାମ କରନ୍ତି। ହାଇଦ୍ରାବାଦ ସହିତ ବିଭିନ୍ନ ସ୍ଥାନରେ ଅଭିଯୁକ୍ତଙ୍କ ତଲାସୀ ଜାରି ରହିଥିବା ପୁଲିସ କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button