ଦେଶ

ନିଲମ୍ବିତ ହେଲେ ସ୍କୁଲ୍‌ ପିଲାଙ୍କୁ ସମ୍‌ଜିଦ୍‌ ବୁଲାଇ ନେଇଥିବା ପ୍ରିନ୍‌ସ୍‌ପାଲ୍‌ – Ibnodisha

[ad_1]

ଗୋଆ: ଦଳେ ପିଲାଙ୍କୁ ଏକ ମସ୍‌ଜିଦ୍‌କୁ ବୁଲାଇ ନେଇ ଧାର୍ମିକ ରୀତିନୀତି ପାଳନ କରିବା ଲାଗି କହିଥିବା ଗୋଆ ଅନ୍ତର୍ଗତ ଭାସ୍କୋରେ ଥିବା ଗୋଟାଏ ଘରୋଇ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ଙ୍କୁ ନିଲମ୍ବିତ କରାଯାଇଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି।

ସଂଗୃହୀତ ସୂଚନା ଅନୁସାରେ, ଶନିବାର ଦିନ ‘କେଶବ ସ୍ମୃତି ଉଚ୍ଚ ମାଧ୍ୟମିକ ସ୍କୁଲ୍‌’ର ଛାତ୍ରମାନଙ୍କୁ ‘ଷ୍ଟୁଡେଣ୍ଟ୍‌ସ୍‌ ଇସ୍‌ଲାମିକ୍‌ ଅର୍ଗାନାଇଜେସନ୍’ (ଏସ୍‌ଆଇଓ) ନିମନ୍ତ୍ରଣ କରିଥିଲା। ଏହି ଗସ୍ତର ଉଦ୍ଦେଶ୍ୟ ଥିଲା ସାମ୍ପ୍ରଦାୟିକ ସହାବସ୍ଥାନ ପ୍ରସାର ନିମନ୍ତେ ବିଶେଷ ପ୍ରୟାସ।

ମସ୍‌ଜିଦ୍‌କୁ ବୁଲିଯାଇଥିବା ଛାତ୍ରଛାତୀମାନେ ଥିଲେ ଏକାଦଶ ଶ୍ରେଣୀର। ଘଟଣାସ୍ଥଳରୁ ଉଠାଯାଇଥିବା ଫଟେରେ ଛାତ୍ରୀମାନେ ମୁଣ୍ଡରେ ‘ଦୁପଟା’ ଗୁଡ଼ାଇଥିବା ବେଳେ ଛାତ୍ରମାନେ ‘ୱାଜୁ’ କରୁଥିବା ଦୃଶ୍ୟ ରହିଛି। (‘ୱାଜୁ’ ଅର୍ଥ ମସ୍‌ଜିଦ୍‌କୁ ପ୍ରବେଶ କରିବା ପୂର୍ବରୁ ମୁହଁ, ହାତ, ବାହୁ ଓ ପାଦ ଆଦି ଧୋଇବା।)

ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଭାଇରାଲ୍‌ ହେବା ପରେ ସୋମବାର ଦିନ ଅଭିଭାବକମାନେ ସ୍କୁଲ୍‌ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସେମାନଙ୍କ ସହିତ ‘ବିଶ୍ବ ହିନ୍ଦୁ ପରିଷଦ୍‌’ ଓ ‘ବଜରଙ୍ଗ ଦଳ’ର ସଦସ୍ୟମାନେ ବି ସାମିଲ ହୋଇଥିଲେ। ଫଳରେ ସ୍କୁଲ୍‌ ପରିଚାଳନା କମିଟି ପ୍ରିନ୍‌ସିପାଲ୍‌ଙ୍କୁ ନିଲମ୍ବିତ କରିଥିଲେ।

Image Courtesy of NDTV

ଉପରୋକ୍ତ ହିନ୍ଦୁ ସଙ୍ଗଠନରୁ ଅଭିଯୋଗ ପାଇବା ପରେ ଭାସ୍କୋ ପୁଲିସ ଉକ୍ତ ସ୍କୁଲ୍‌ର ପ୍ରିନ୍‌ସିପାଲ୍‌ ଶଙ୍କର ଗାଓଁକର୍‌ ଓ ସ୍ଥାନୀୟ ‘ଏସ୍‌ଆଇଓ’ର ସମ୍ପାଦକ ଉସ୍‌ମାନ୍‌ ଖାଁଙ୍କୁ ଡକାଇ ବୟାନ ରେକର୍ଡ କରିଥିଲେ।

ଗଣମାଧ୍ୟମକୁ ‘ଏସ୍‌ଆଇଓ’ ସମ୍ପାଦକ କହିଲେ, ଗତ କେତେ ବର୍ଷ ହେବ ଆମେ ଏ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛୁ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷା କରିବା ହେଉଛି ‘ମସ୍‌ଜିଦ୍‌ ଦର୍ଶନ’ର ଉଦ୍ଦେଶ୍ୟ। ତେଣୁ, ପ୍ରିନ୍‌ସିପାଲ୍‌ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବାକୁ ଆମେ ସ୍କୁଲ୍‌ ପରିଚାଳନା କମିଟିକୁ ଅନୁରୋଧ କରୁଛୁ।

କିନ୍ତୁ, ପରବର୍ତ୍ତୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ପ୍ରିନ୍‌ସିପାଲ୍‌ଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଅଭିଭାବକମାନଙ୍କୁ କ୍ଷମା ମାଗି ସ୍କୁଲ୍‌ ପରିଚାଳନା କମିଟିର ଅଧ୍ୟକ୍ଷ ପାଣ୍ଡୁରଙ୍ଗ କୋର୍‌ଗାଓଁକର୍‌ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button