ଆତଙ୍କବାଦୀ ଆକ୍ରମଣ ଭୟରେ ୟୁନିଫର୍ମ ପିନ୍ଧୁନାହାନ୍ତି ପାକିସ୍ତାନୀ ପୁଲିସ୍ – Ibnodisha

[ad_1]
ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖ୍ତୁନଖୱା ପ୍ରଦେଶରେ ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ବାରମ୍ବାର ଆକ୍ରମଣ ଯୋଗୁଁ ପୁଲିସ ପ୍ରଶାସନ ଆତଙ୍କିତ ହୋଇଯାଇଛି । ପୁଲିସ କର୍ମୀମାନେ ଥାନା ଆସିବାକୁ ଭୟ କରୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ପେଶାୱର କ୍ୟାପିଟାଲ ସିଟି ପୋଲିସ ଏକ ନିର୍ଦ୍ଦେଶନାମା ଜାରି କରିଛି । ଅଫିସ୍ ଯିବା ଆସିବା ସମୟରେ କିମ୍ବା ଯାତ୍ରା କରିବା ସମୟରେ ୟୁନିଫର୍ମ ନ ପିନ୍ଧିବାକୁ ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ସେମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିପାରନ୍ତି। ଅଗଷ୍ଟ ମାସର ପ୍ରଥମ ୨୧ ଦିନରେ ଆତଙ୍କବାଦୀ ସଂଗଠନ ପାକିସ୍ତାନର ସୁରକ୍ଷା କର୍ମୀଙ୍କ ଉପରେ ୮୩ରୁ ଅଧିକ ଆକ୍ରମଣ କରିଛି। ଯେତେ ସତର୍କତା ଅବଲମ୍ବନ କଲେ ବି ଆକ୍ରମଣକୁ ରୋକାଯାଇପାରୁନାହିଁ ।
ଆଶ୍ଚର୍ୟ୍ୟର କଥା ହେଉଛି ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ ପୋଲିସ ପ୍ରଶାସନର ଏହି ନିର୍ଦ୍ଦେଶରେ ପ୍ରବଳ ହସିଛି ଏବଂ କହିଛି ଯେ ଯଦି ପୋଲିସ କର୍ମଚାରୀମାନେ ୟୁନିଫର୍ମ ପିନ୍ଧିବେ ନାହିଁ, ତେବେ ପୋଲିସ କର୍ମଚାରୀ ମାନେ କେମିତି ରହିବେ? ଏହି ଆତଙ୍କବାଦୀ ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୁଲିସ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କ ଟାର୍ଗେଟରେ ରହିବେ। ଏହା ସହ ଆତଙ୍କବାଦୀ ସଂଗଠନ ଆଉ ୪ଟି ଆକ୍ରମଣ କରିଛି ।
ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶକୁ ନେଇ ପୁଲିସ ପ୍ରଶାସନରେ ମତଭେଦ ଦେଖାଦେଇଛି । ଗୋଟିଏ ପକ୍ଷ କହୁଛନ୍ତି ଯେ, ଏହା ଏକ ସୁରକ୍ଷା ସଂପର୍କିତ ନିର୍ଦ୍ଦେଶ । ଆଉ ଏକ ପକ୍ଷ କହୁଛନ୍ତି ଯେ ଏହା ଦ୍ବାରା ଆତଙ୍କବାଦୀଙ୍କ ମନୋବଳ ବଢିଯିବ ।
[ad_2]




